ବେଦାନ୍ତ ପକ୍ଷରୁ ଏସିଏମ୍‌ଏ-୨୦୨୧ରେ ନୂତନ ଆଲୁମିନିୟମ ସିଲିଣ୍ଡର ହେଡ ଆଲଏର ଶୁଭାରମ୍ଭ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଧାତୁ – ତୈଳ ଏବଂ ଗ୍ୟାସ ଉତ୍ପାଦନ କ୍ଷେତ୍ରରେ ଭାରତରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଦାନ୍ତ ଲିମିଟେଡ ପକ୍ଷରୁ ଏହାର ନୂତନ ଉତ୍ପାଦ ସିଲିଣ୍ଡର ହେଡ ଆଏଲର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ସିଲିଣ୍ଡର ହେଡ ଏବଂ ଅନ୍ୟାନ୍ୟ ଅଟୋମୋବାଇଲ ସରଞ୍ଜାମ ଉତ୍ପାଦନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କଂଚାମାଲ । ଏହା ମାଧ୍ୟମରେ ଆଲୁମିନିୟମ୍ ଉତ୍ପାଦରେ ମୂଲ୍ୟଯୁକ୍ତ ସେବା ଉପଲବ୍ଧ ହୋଇପାରିବ । ଏହା ଅଟୋମୋବାଇଲ ଶିଳ୍ପରେ ବ୍ୟବହୃତ ହେଉଥିବା ବିଭିତ୍ତ କଂଚାମାଲ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ । ସିଲିଣ୍ଡର ହେଡ ଆଲଏ ମାଟେରିଆଲ ଡିଜାଇନିଂ, ବିଏସ୍‌-୬ ନିର୍ଗମଣ ଆଭ୍ୟନ୍ତରୀଣ ଜାଳେଣି ଇଞ୍ଜିନର ଦକ୍ଷତା ବୃଦ୍ଧି , ନିୟନ୍ତ୍ରଣ ଏବଂ ଉନ୍ନତ କାର୍ଯ୍ୟଦକ୍ଷତା ପାଇଁ ବେଶ୍ ଉପଯୋଗୀ ହେବ । ଏହା ସହିତ ସିଏଏଫ୍‌ଇ(କର୍ପୋରେଟ ହାରାହାରି ଇନ୍ଧନ କ୍ଷମତା / ଇକୋନୋମି) ଯୋଗ୍ୟତାକୁ ପୂରଣ କରିବ । ସମ୍ପ୍ରତି ଏହି ଆଲଏ ଭାରତକୁ ବିଦେଶରୁ ଆମଦାନୀ ହେଉଛି ।ତୀୟ ଅଟୋମୋଟିଭ କଂଚାମାଲ ଲୋକାଲାଇଜେସନ କନକ୍ଲେଭ ଏବଂ ପ୍ରଦର୍ଶନୀରେ ବେଦାନ୍ତ ପକ୍ଷରୁ ଘରୋଇ ଶିଳ୍ପ ସଂସ୍ଥାଙ୍କ ପାଇଁ ଏହି ଉତ୍ପାଦର ବଜାର ପ୍ରବେଶ କରାଯାଇଛି । ଭାରତୀୟ ଅଟୋମୋଟିଭ କମ୍ପୋନେଟସ୍ ଉତ୍ପାଦନକାରୀ ସଂଘ (ଏସିଏମଏ) ଦ୍ୱାରା ଏହି କାର୍ଯ୍ୟକ୍ରମ ପରିଚାଳିତ କରାଯାଇଛି । ବେଫେସା (ସ୍ପେନ) ଏବଂ ପ୍ରପର୍ଜି (ଇଟାଲୀ)ର ବିଶ୍ୱସ୍ତରୀୟ ଜ୍ଞାନକୌଶଳ ବ୍ୟବହାର କରି ବେଦାନ୍ତ ପକ୍ଷରୁ ୧୦,୦୦୦ ଟନ କ୍ଷମତା ବିଶିଷ୍ଟ ସିଲିଣ୍ଡର ହେଡ ଆଲଏ ଉତ୍ପାଦନ ଲକ୍ଷ୍ୟ ରଖିଛି । ଘରୋଇ ଅଟୋମୋବାଇଲ କମ୍ପାନୀଗୁଡିକର ଆବଶ୍ୟକତା ପୂରଣ ଏବଂ ଆତ୍ମର୍ନିଭରଶୀଳତା ବୃଦ୍ଧି ଲାଗି ସରକାରଙ୍କ ମାର୍ଗଦର୍ଶିକା ପାଳନ କରି ବେଦାନ୍ତ ଏଭଳି ପଦକ୍ଷେପ ଗ୍ରହଣ କରିଛି । ଏହା ଦ୍ୱାରା ଭାରତୀୟ ଅଟୋମୋବାଇଲ୍ ଶିଳ୍ପ ସଂସ୍ଥା ଗୁଡ଼ିକ ସ୍ୱଦେଶୀ କଂଚାମାଲ କ୍ରୟ କରିବା ସହିତ ସ୍ଥାୟୀ ଘରୋଇ କଂଚାମାଲ ଯୋଗାଣ ଦ୍ୱାରା ଭାରତୀୟ ଅଟୋମୋବାଇଲ ଶିଳ୍ପର ବିକାଶ ସମ୍ଭବ ହୋଇପାରିବ ।ଏହି ଅବସରରେ ବେଦାନ୍ତ ପକ୍ଷରୁ ଅଟୋମୋଟିଭ୍ ଶିଳ୍ପ ପାଇଁ ଉପଯୋଗୀ ହେଉଥିବା ଗୁଣବତାଯୁକ୍ତ ଆଲୁମିନିୟମ (ପିଏଫ୍‌ଏ, ବିଲେଟ୍ସ, ରୋଲଡ ପ୍ରଡକ୍ଟସ ଏବଂ ସ୍ଲାବ), ଜିଙ୍କ (ହିନ୍ଦୁସ୍ତାନ ଜିଙ୍କ ଡି-କାଷ୍ଟ ଆଲଏ ଏବଂ ସ୍ପେଶାଲ ହାଇ ଗ୍ରେଡ ଜିଙ୍କ) ଲେଡ୍ ଇନଗଟ୍ ଏବଂ ସିଲଭର ବାର୍‌, ତମ୍ବା ରଡ, ଏବଂ ଷ୍ଟିଲ ଓୟାର୍ ରଡ, ଏବଂ ଅଟୋ ଇଣ୍ଡଷ୍ଟ୍ରି ଲାଗି ଉପଯୋଗୀ ହେଉଥିବା ସହଯୋଗୀ ଉଚ୍ଚ-ମୂଲ୍ୟ ଯୁକ୍‌ତ ଉତ୍ପାଦ ଆଦିର ପ୍ରଦର୍ଶନ କରାଯାଇଛି । ଏସବୁ ଉତ୍ପାଦ ଦ୍ୱାରା ପ୍ରଯୁକ୍ତିବିଦ୍ୟା, ଲଜିଷ୍ଟିକ ବୈଦ୍ୟୁତିକ ଯାନ (ଇଭି) ଏବଂ ବିଶ୍ୱସ୍ତରୀୟ ହାଇବ୍ରିଡ ଉତ୍ପାଦ ନିର୍ମିତ ସମ୍ଭବ ହୋଇପାରିବ । ଏକ୍ଷେତ୍ରରେ ବେଦାନ୍ତର ଆର୍ ଆଣ୍ଡ୍ ଡି ଏବଂ ଇନୋଭେଶନ କେନ୍ଦ୍ର ଅଟୋମୋବାଇଲ ଶିଳ୍ପର ବୃଦ୍ଧି ପାଉଥିବା ଆବଶ୍ୟକତା ଏବଂ ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟଧାରା ଜାରି ରଖିଛି । ଭାରତର ଅଟୋମୋବାଇଲ ଶିଳ୍ପକୁ ଆତ୍ମର୍ନିଭରଶୀଳ କରାଇବା ଲାଗି ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଲିମିଟେଡର ଆଲୁମିନିୟମ ଆଣ୍ଡ ପାୱାର ତଥା ପରିଚାଳନାର ସିଇଓ ତଥା ବାଣିଜ୍ୟିକ ପରିଚାଳନା ନିଦ୍ଦେର୍ଶକ ଅଜୟ କପୁର କହିଲେ, ଭାରତ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ଅର୍ଥନୈତିକ ଶକ୍ତି ତଥା ଉତ୍ପାଦନ କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛି । ଭାରତର ଅଟୋ କମ୍ପୋନେଂଟ ସେକ୍ଟର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଉତ୍ପାଦନ କ୍ଷେତ୍ରରେ ଦେଶ ପଛୁଆ ରହିଛି । ଭାରତୀୟ ଅଟୋ କମ୍ପୋନେଣ୍ଟ ଇଣ୍ଡଷ୍ଟ୍ରିର ବିକାଶ ତଥା କାରବାର ବୃଦ୍ଧି ସହିତ ପ୍ରତିଟି କ୍ଷେତ୍ରରେ ଲୋକାଲାଇଜେସନକୁ ଗୁରୁତ୍ୱପ୍ରଦାନ ଲାଗି ବେଦାନ୍ତ ଦେଶର ଅଭିବୃଦ୍ଧିକୁ ରୁଦ୍ଧିମନ୍ତ କରାଇବା ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା, ଅଟୋମୋବାଇଲ ଏବଂ ଅଟୋ ଆନୁସଙ୍ଗିକ ଶିଳ୍ପ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହା ଦ୍ୱାରା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ମଧ୍ୟ ସମ୍ଭବ ହୋଇପାରିବ ।
ଶିଳ୍ପ ପ୍ରତିନିଧିଙ୍କୁ ସ୍ୱାଗତ କରି ବେଦାନ୍ତ ଲିମିଟେଡର ମୁଖ୍ୟ ମାକେର୍ଟିଙ୍ଗ୍ ଅଫସିର ତଥା ଏଚଜେଡ୍‌ଏଲ୍ ସିଲଭର ବିଜ୍‌ନେସ୍‌ର ସିଇଓ ରୁଚିକା ଝା କହିଲେ, ଘରୋଇ କ୍ଷମତାକୁ ବୃଦ୍ଧି କରିବା ଏବଂ ପ୍ରାୟ ୧୨ ବିଲିୟନ ଡଲାରର ଅଟୋମୋବାଇଲ ସରଞ୍ଜାମ ଆମଦାନୀକୁ ରୋକିବା ଲାଗି ଭାରତ ନିମନ୍ତେ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି । ଅଟୋମୋବାଇଲ ଶିଳ୍ପର ବିକାଶ ପାଇଁ ବେଦାନ୍ତ କାର୍ଯ୍ୟ ଜାରି ରଖିଛି । ଅତ୍ୟାଧୁନିକ ଭିତିଭୂମି, ଇଞ୍ଜିନିୟରିଂ, ବିଶ ବିଶ୍ୱସ୍ତରୀୟ ଜ୍ଞାନକୌଶଳ, ସହଯୋଗୀ ଶିଳ୍ପଗୁଡିକର ବିକାଶ ଲାଗି ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ବେଦାନ୍ତର ଆର୍ ଆଣ୍ଡ୍ ଡି କେନ୍ଦ୍ର କାର୍ଯ୍ୟ ଜାରି ରଖିଛି ।ଅଟୋମୋବାଇଲ ଶିଳ୍ପ ପାଇଁ ବେଦାନ୍ତର ପକ୍ଷରୁ ଆବଶ୍ୟକତା ପୂରଣ ଲାଗି ଆଲୁମିନିୟମ, ଜିଙ୍କ, ଲେଡ, ସିଲଭର, ତମ୍ବା, ଲୁହା ଏବଂ ଇସ୍ପାତ ଆଦିର ମୂଲ୍ୟଯୁକ୍‌ତ ଉତ୍ପାଦ ଉପଳବ୍ଧ କରାଯାଉଛି । ଭାରତୀୟ ଅଟୋମୋବାଇଲ ଏବଂ ଅଟୋ ଶିଳ୍ପର ସହଯୋଗୀ ସଂସ୍ଥାକୁ ଗୁଣବତା ଉତ୍ପାଦ ଏବଂ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ ଯୋଗାଣ ଅବ୍ୟାହତ ରହିଛି ।ପ୍ରଥମ କମ୍ପାନୀ ଭାବେ ବେଦାନ୍ତ ଭାରତୀୟ ଅଟୋମୋବାଇଲ ଶିଳ୍ପର ହ୍ୱିଲ୍ ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ଆଲୁମିନିୟମ ପ୍ରାଇମେରୀ ଫାଉଣ୍ଡ୍ରି ଆଲଏ (ପିଏଫ୍‌ଏ) ଯୋଗାଇଦେଇଥାଏ । ପୂର୍ବରୁ ଏହା କେବଳ ବିଦେଶକୁ ଆମଦାନୀ ହେଉଥିଲା ।ବେଦାନ୍ତ ପକ୍ଷରୁ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ବିଶ୍ୱସ୍ତରୀୟ ଗୁଣବତା ମାନକ ପୂରଣ କରିବା ପାଇଁ ସର୍ବଶ୍ରେଷ୍ଠ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଥାଏ । ଏହି ଆଲଏକୁ କଷ୍ଟମାଇଜ କରାଯାଇ ଅଟୋ ଇଣ୍ଡଷ୍ଟ୍ରିର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ