ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ବାଧ୍ୟ ହେବ: ଜେନେରାଲ ରାୱତ୍‌

ନୂଆଦିଲ୍ଲୀ: ଏଫ୍‌ଏଟିଏଫ୍ ପାକିସ୍ତାନକୁ ଚେତାବନୀ ଦେବା ପରେ ଏହି ରାଷ୍ଟ୍ର ଚାପରେ ଅଛି ଏବଂ ଏବେ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବାଲି କହିଛନ୍ତି ଭାରତୀର ସେନାଧ୍ୟକ୍ଷ ବିପିନ୍ ରାୱତ । ଏଫ୍‌ଏଟିଏଫ୍ ଏହି ରାଷ୍ଟ୍ରକୁ ଚେତାବନୀ ଦେଇଛି କାର୍ଯ୍ୟାନୁଷ୍ଠାନ ନନେଲେ ଏହାକୁ କଳା ତାଲିକାଭୁକ୍ତ କରାଯିବ । ଜେନେରାଲ ରାୱତ କହିଛନ୍ତି, ସେମାନଙ୍କ ଉପରେ ଚାପ ଅଛି । ସେମାନେ ପଦକ୍ଷେପ ନେବେ । ଆମେ ଚାହିଁବୁ ଶାନ୍ତି ସ୍ଥାପନ ଦିଗରେ ସେମାନେ କାମ କରନ୍ତୁ । ଗ୍ର ଲିଷ୍ଟରେ ରହିବା ଯେକୌଣସି ରାଷ୍ଟ୍ର ପାଇଁ ଝଟ୍କା ।” ଏଫ୍‌ଏଟିଏଫ୍ ପକ୍ଷରୁ କୁହାଯାଇଛି, ଆତଙ୍କବାଦୀ ସଂଗଠନଙ୍କୁ ଅର୍ଥ ଯୋଗାଇବା ବିରାଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପାକିସ୍ତାନ ପାଖରେ ଫେବୃଆରୀ ଯାଏ ସମୟ ଅଛି । ଏହାପରେ ଏହି ଦେଶ ଅନ୍ତର୍ଜାତୀୟ ସ୍ତରରେ କଟକଣାର ସାମ୍ନା କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ