ଶ୍ୟାମ ସୁନ୍ଦର ଉଚ୍ଚ ବିଦ୍ୟାଳୟ ର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ସାନଖେମୁଣ୍ଡି ବ୍ଲକ୍ ଡେଂଗାଡ଼ି ସ୍ଥିତ ଶ୍ୟାମ ସୁନ୍ଦର ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହେବାର ୨୫ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟ ରେ ରୌପ୍ୟ ଜୟନ୍ତୀ ସମାରୋହ ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଯାଉଅଛି I ହେବାକୁଥିବା କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବାପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଂଜୀବ କୁମାର ପାଳ ଙ୍କ ଅଧ୍ୟକ୍ଷତା ରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକ ରେ ପ୍ରାକ୍ତନ ଛାତ୍ର, ଛାତ୍ରୀ ମାନଙ୍କ ତରଫରୁ ପ୍ରତନିଧି ମୂଳକ ଭାବେ ପୁରାତନ ଛାତ୍ର ମାନେ ମଧ୍ୟ ଉପସ୍ଥିତ ଥିଲେ I ରାଜ୍ୟପାଳ ଙ୍କୁ ମୁଖ୍ୟ ଅତିଥି କରି ଡାକିବା ଓ ବିଭିନ୍ନ ବର୍ଗରେ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯିବ ପାଇଁ ପ୍ରସ୍ତାବ ପାରିତ ହୋଇଥିବାବେଳେ , ଶିକ୍ଷକ ଓ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ରୌପ୍ୟ ଜୟନ୍ତୀ ଆବାହକ ମଣ୍ଡଳୀ ଗଠିତ କରିବାର ନିଷ୍ପତି ନିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଉପସ୍ଥିତ ଥିବାବେଳେ, ପୁରାତନ ଛାତ୍ର ମାନଙ୍କ ତରଫରୁ ତୋଫାନ ପାତ୍ର, ବିଦ୍ୟାଧର ପ୍ରଧାନ, ସୁଶାନ୍ତ ପାଢ଼ୀ, ସନ୍ତୋଷ ପାତ୍ର, ବଳରାମ ପାତ୍ର, ଲୋକନାଥ ପାତ୍ର, ସତ୍ୟ ନାରାୟଣ ପାଢ଼ୀ, ସନ୍ଦୀପ ପାତ୍ର, ମିଥୁନ ଲେଙ୍କା, ପବିତ୍ର ପଣ୍ଡା, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ