ଛେଳି ଓ କୁକଡ଼ା ପାଳନ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଓଡ଼ିଶା ସରକାରଙ୍କ ପ୍ରାଣୀ ସମ୍ପଦ ବିକାଶ ବିଭାଗଙ୍କ ନିର୍ଦ୍ଦେଶକ୍ରମେ ସୋମବାର ହିଞ୍ଜିଳିକାଟୁ ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ର ପରିସରରେ ଏକ ବ୍ଳକ ସ୍ତରୀୟ ଛେଳି ଓ କୁକଡ଼ା ପାଳନ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଲମ୍ବୋଦର ମହାପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ମୁଖ୍ୟ ତାଲିମ ଦାତା ଭାବେ ବୁଗୁଡ଼ା ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଭଜବତି ପ୍ରସାଦ ଦାଶ ଓ ସହଯୋଗୀ ପ୍ରଶିକ୍ଷଣ ଦାତା ଭାବେ ଶେରଗଡ଼ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଶିଶିର କୁମାର ସାହୁ ଯୋଗଦେଇ ଛେଳି, ମେଣ୍ଢା ଓ କୁକୁଡ଼ା ପାଳନର ବିଭିନ୍ନ ପ୍ରଣାଳୀ, ଗୃହପାଳିତ ପଶୁଙ୍କ ନିକଟରେ ଦେଖା ଦେଉଥଇବା ବିଭିନ୍ନ ରୋଗର ଲକ୍ଷଣ ଓ ଏହାର ନିରାକରଣ ସର୍ମ୍ପକରେ ତାଲିମ ପ୍ରଦାନ କରାଯାଇଥିଲା । ଗୃହପାଳିତ ପଶୁ ପାଳନ ସକାଶେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ସର୍ମ୍ପକରେ ଉପସ୍ଥିତ ଚାଷୀ ମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା । ଆୟୋଜେିତ ବୈଠକରେ ସ୍ଥାନୀୟ ବ୍ଳକ ରାଳବ, ପୁନରଖଣ୍ଡି, ପୁଟିଆପଦର, ମକରଝୋଳ ଓ ବଳରାମପୁର ଗ୍ରାମର ବହୁ ଚାଷୀ ଭାଇ ମାନେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ପ୍ରବୀଣ କୁମାର ସାହୁ ଓ ଡ଼ାକ୍ତର ପ୍ରିୟଦର୍ଶନୀ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ