ଜିଲ୍ଲାର ୪୬ କନିଷ୍ଠ ରାଜସ୍ୱ ସହାୟକ ପଦ ପାଇଁ ମାର୍ଚ୍ଚ ୭ରେ ଶେଷ ପର୍ଯ୍ୟାୟ ପରୀକ୍ଷା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଆସନ୍ତା ମାର୍ଚ୍ଚ ୭ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ୪୬ଟି କନିଷ୍ଠ ରାଜସ୍ୱ ସହାୟକ ପଦ ନିମନ୍ତେ ଶେଷ ପର୍ଯ୍ୟାୟ ପରୀକ୍ଷା ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ । ପୂର୍ବରୁ ୨ଟି ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଥିବା ବେଳେ ଶେଷ ପର୍ଯ୍ୟାୟରେ କମ୍ପ୍ୟୁଟର ଜ୍ଞାନ ସମ୍ବଦ୍ଧୀୟ ପରୀକ୍ଷା ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାର ୬୪ଜଣ ଦରଖାସ୍ତକାରୀ ପରୀକ୍ଷା ଦେବେ । ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ୪୬ଜଣ କନିଷ୍ଠ ରାଜସ୍ୱ ସହାୟକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ଓ ତହସିଲରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଂସ୍ଥା ଉପବିଭାଗର ଡେପୁଟୀ କଲେକ୍ଟର ଭରତ ଚନ୍ଦ୍ର ପରିଡାଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ