ଗୋ “ପାଳକ ଙ୍କ ଚିନ୍ତା ଦୂର କରିଛି ଆଦର୍ଶ ଗାଈଗୁହାଳ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦିନ ଥିଲା ଗ୍ରାମାଞ୍ଚଳରେ ଅନେକ ପରିବାର ଗୋ ପାଳନ କରିଆସୁଥିଲେ । ଗାଈ,ବଳଦ ପାଳନ କରୁଥିଲେ ଓ ଭଲ କ୍ଷୀର ପାଉଥିଲେ ଓ ଗୋବର ମିଳୁଥିଲା । ବଳଦ ଜରିଆରେ ଚାଷ କାର୍ଯ୍ୟ ମଧ୍ୟ ହେଉଥିଲା । ସେମାନଙ୍କ ପାଇଁ ଘାସ, ନଡା ,କୁଣ୍ଡା ଖାଦ୍ୟ ଆଣି ଯୋଗାଇବା ନିତି ଦିନିଆ କଥା ହୋଇଥିଲା । ସକାଳ ଓ ସଞରେ ଗ୍ରାମ ରେ ଗୋ ଧୂଳି ଟିକେ ଦେଖାଯାଉଥିଲା ।ଏବେ କିନ୍ତୁ ତାହା ଏବେ ସ୍ବପ୍ନ ହୋଇପଡିଛି । ଗାଈ, ବଳଦ ରଖିବା ପାଇଁ ସ୍ଥାନ ଅଭାବ ଓ ସେମାନଙ୍କ ପାଇଁ ଖାଦ୍ୟ ଅଭାବ ସାଙ୍ଗକୁ ପାଳକ ପାଖରେ ସମୟର ଅଭାବ ଏହାର ମୁଖ୍ୟ ଏକ କାରଣ ହୋଇପଡିଛି । ବଳଦ ଅପେକ୍ଷା ଯନ୍ତ୍ରପାତି ରେ ଚାଷ କରିବା ଚାଷୀମାନଙ୍କ ପାଇଁ ସହଜ ହୋଇଥିବା ଯୋଗୁଁ ଆଉ ଗାଁ ରେ ହଳ ବଳଦ ଦେଖିବାକୁ ମିଳୁନାହିଁ । ଏପରି ସ୍ଥଳେ ଗୋ’ ପାଳକ ଙ୍କ ପାଇଁ ସରକାର ଙ୍କ ଦୃଷ୍ଟି ପଡିଥିବା ଜଣାପଡିଛି । କାରଣ ରାଜ୍ୟ ସରକାର ସେମାନଙ୍କ ପାଇଁ ଗୁହାଳ ଘର କରିବା ପାଇଁ ଅର୍ଥ ଯୋଗାଇ ଛନ୍ତି । ଯେଉଁମାନେ ବଳଦ, ଗାଈ ପାଳନ କରୁଥିଲେ ସେମାନଙ୍କ ମୁଖ୍ୟ ସମସ୍ୟା ଥିଲା ଗୁହାଳ ଘର । ଗୁହାଳ କରିବା ପାଇଁ ଛପର, ବାଉଁଶ, ଏବଂ ଖଜୁରୀ ଗଛ ଡାଳ ଓ ତାଳ ଗଛ ର ଡାଳ ଯେଉଁ ଆବଶ୍ୟକ ହୋଇଥାଏ ତାହା ବି’ ଅନେକ ସମୟରେ ମିଳେନାହିଁ । ଯାହା ଫଳରେ ଗାଈ ଓ ଗୃହ ପାଳିତ ପଶୁ ରହିବା ଅସୁବିଧା ହୋଇଥାଏ । ଖରା ବର୍ଷା ଓ ଶୀତ କାକର ଖାଇ ସେମାନେ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ରାଜ୍ୟ ସରକାର ସେମାନଙ୍କ ପାଇଁ ଗୁହାଳ କରିବା ପାଇଁ ଗୁହାଳ ପିଛା ଏକ ଲକ୍ଷ୍ୟ ତିରିଶି ହଜାର ଟଙ୍କା ଯୋଗାଇ ଦେଉଛନ୍ତି, ଯାହା ଫଳରେ ଏକ ସୁନ୍ଦର ଗୁହାଳ ଘର ତିଆରି କରାଯାଇପାରୁଛି । ଅର୍ଥ ଯୋଗାଇ ଦେଇଛନ୍ତି ।ଯାହା ଫଳରେ ଏବେ ଅନେକ ଗୋ ପାଳକ ଙ୍କ ଦୁଃଖ ଦୂର ହୋଇଥିବା କହିଛନ୍ତି ସାନଖେମୁଣ୍ଡି ବ୍ଲକ ଟି, ଗୋବିନ୍ଦପୁର ପଞ୍ଚାୟତ ର ମହିବିଲ ଗାଁ କୁଶ ଶବର, ଢିମିରାପଲ୍ଲୀ ର ବାସୁ ଗୌଡ । କେବଳ ଏହି ଦୁଇ ଜଣ ନୁହଁ ନ୍ତି ଯେଉଁ ମାନେ ଗୁହାଳ ଘର କରିଛନ୍ତି ସେମାନଙ୍କ କହିବା କଥା ହେଲା , ଟିଣ ପକାଯାଇ କାନ୍ଥ ରେ ସୁନ୍ଦର ଚିତ୍ର ସାଙ୍ଗକୁ ସେମାନଙ୍କ ଖାଇବା ପାଇଁ ସେଡ୍ ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଗୃହ ପାଳିତ ଗାଈ ଗୋରୁ ମାନେ ଆଉ ବାହାରେ କିମ୍ବା ଅସୁବିଧା ର ସମ୍ମୁଖୀନ ହେଉନାହାନ୍ତି । ଏହା ସହ ବାହାରୁଥିବା ଗୋବର ମଧ୍ୟ ଗୋଟିଏ ସ୍ଥାନରେ ରଖାଯାଇ ଭଲ ଖତ ହୋଇପାରୁଛି । ଖରା, ବର୍ଷା ହେଲେ ବି ଅସୁବିଧା ନାହିଁ । ସାନଖେମୁଣ୍ଡି ବ୍ଲକ ରେ ଆଠ ଶହ ତେର ଗୋଟି ଗୁହାଳ ଘର କରିବା ପାଇଁ ମଞ୍ଜୁର ହୋଇଛି ।ସେଥି ମଧ୍ୟରୁ ଦୁଇ ଶହ ପଚାଶ ଗୋଟି ସଂପୂର୍ଣ୍ଣ ହୋଇଛି । କିଛି ସ୍ଥାନରେ ଗୋଷ୍ଠୀ ଗତ ଗୁହାଳ ମଧ୍ୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ବିଡିଓ ଗାୟତ୍ରୀ ଦତ୍ତ ନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ