କୋଙ୍କରଡା ବିଜ୍ଞାନ ମହାବିଦ୍ୟାଳୟ ର ପୁରୁଣା ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ କୋଙ୍କରଡା ବିଜ୍ଞାନ ମହାବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇଯାଇଛି ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ପ୍ରଫୁଲ୍ଲ କୁମାର ରାଉତ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ କର୍ମକର୍ତା ମନୋନୟନ କରାଯାଇଥିଲା ସଭାପତି ଭାବେ ଆନନ୍ଦ ସେଠି,ସମ୍ପାଦକ ଅଜୟ ଦଳେଇ,କୋଷାଧ୍ୟକ୍ଷ ପି ସରୋଜ କୁମାର ସୁବୁଦ୍ଧି ଙ୍କୁ ମନାନୋୟନ କରାଯାଇଥିଲା।ବିଜ୍ଞାନ ମହାବିଦ୍ୟାଳୟ ର ଆବଶ୍ୟକୀୟ ଶ୍ରେଣୀଗୃହ, ଅଧ୍ୟାପକ ଏବଂ କଲେଜ ର ଉର୍ଣ୍ଣାୟନ ମୁଳକ କାର୍ଯ୍ୟ ଗୁଡିକ ପ୍ରଶାସନିକ ଅଧିକାରୀ ଙ୍କୁ ଅଭିଯୋଗ ଜଣାଇ କଲେଜ ର ଉର୍ଣ୍ଣତି ପାଇଁ ସମସ୍ତେ ମିଳିମିଶି କମକରିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା।ଏହି ବୈଠକରେ ପ୍ରକାଶ ଚନ୍ଦ୍ର ଜେନା,ସନ୍ତୋଷ କୁମାର ପାଢୀ,ଅନ୍ତର୍ଯ୍ୟାମୀ ପ୍ରଧାନ,ସୀମାଞ୍ଚଳ ବିଶୋଇ,ପ୍ରତାପ ଚନ୍ଦ୍ର ପ୍ରଧାନ ,ଚନ୍ଦନ ପଟନାୟକ,ପୀତବାସ ସ୍ୱାଇଁ,ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ।