ମୁଖ କର୍କଟ ରୋଗରେ ପିଡିତ ମଦନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହଦଗଡ ପଞ୍ଚାୟତ ବାଘୁଆ ସାହି ଗ୍ରାମର ସିତାରାମ ତିରିଆଙ୍କ ପୁଅ ମଦନ ତିରିଆ ଏବେ ମୁଖ କର୍କଟ ରୋଗରେ ପିଡିତ । ପରିବାରରେ ତାଙ୍କର ସ୍ତ୍ରୀ ଓ ଦୁଇଟି ଝିଅଙ୍କୁ ନେଇ ଖୁସିରେ ଚାଲୁଥିଲା । ପରଘରେ ମୁଲଲାଗି ସେ ପରିବାର ଚଳାଉଥିଲେ । ଦୀର୍ଘ ୬/୭ମାସ ହେଲା ମୁହଁଟି ଅତିରିକ୍ତ ଫୁଲିଯାଇ ଏକ ଆବୁ ଭଳି ବାହାରି ପଡିଛି । ସେ ବିଭିନ୍ନ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । ପରେ ତାଙ୍କର ମୁଖକର୍କଟ ହୋଇଥିବା ଜାଣିବାପରେ ଏବେ ସମ୍ପୁର୍ଣ୍ଣ ପରିବାରଟି ଭାଙ୍ଗି ପଡିଛି । ସେ ଏବେ କାମଦାମ କରିବାକୁ ଯାଇ ପାରୁନଥିବାବେଳେ ଘରେ ଚଳିବାପାଇଁ ଦାନା ନାହିଁ । ଏପରିସ୍ଥଳେ ମଦନଙ୍କ ଚିକିତ୍ସା ବା କେଉଁଠୁ କରିବେ । ଏପରି ଅବସ୍ଥାରେ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି ମଦନ ସ ତାଙ୍କ ପରିବାର । ଯଦି କେହି ସ୍ୱେଚ୍ଛାସେବୀ ସଂଗଠନ କିମ୍ବା ସରକାରୀ ସ୍ତରରେ ତାଙ୍କୁ ଆର୍ôଥକ ସହାୟତା ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯାନ୍ତା ତେବେ ସେ ଭଲ ହୋଇପାରନ୍ତେ ବୋଲି ପରିବାର ଓ ଗ୍ରାମବାସୀମାନେ ଅଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ