ସାଇଚେତନା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ୭ରେ

ହାଟଡ଼ିହି, (ବିକାଶ ବିଶ୍ୱାଳ):ସାଇଚେତନା ସାହିତ୍ୟ ସଂସଦ, ସଢ଼ା କେନ୍ଦୁଝରର ବାର୍ଷିକ ଉତ୍ସବ ଆସନ୍ତା ୭ତାରିଖ ଦିନ ନାଗାତୋଟା ଠାରେ ଅନୁଷ୍ଠିତ ହେବ । ଏôତପାଇଁ ସଭାପତି କିର୍ତ୍ତନ ଚରଣ ନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୭ତାରିଖ ସକାଳ ୧୦ଟାବେଳେ କବି ମାନଙ୍କ ଦ୍ୱାରା କବିତାପାଠ ହେବାସହ ମୁଖପତ୍ର ‘ସମ୍ଭାବନା’ଉନ୍ମୋଚିତ ହେବ ବୋଲି ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ସମ୍ପାଦକ ଚତୁର୍ଭୁଜ ପହି, ନାରାୟଣଚନ୍ଦ୍ର ଲେଙ୍କା, ଭାଗବତ ସାହୁ, କାଞ୍ଚନଲତା ଜେନା, ଭାଗିରଥି ସେଠୀ, ମୋହନ କୁମାର ମଲ୍ଲିକ, ବିଜୟ କୁମାର ଧଳ, ଅଭୟ କୁମାର ସାମଲ, ଉଦୟନାଥ ରାୟ ପ୍ରମୁଖ ଉପସ୍ଥିତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ନିର୍ଦ୍ଧାରିତ ସମୟ ପୁର୍ବରୁ କବି କବୟତ୍ରୀମାନେ ଯଥା ସମୟ ପୁର୍ବରୁ ଉତ୍ସବରେ ପହଞ୍ଚି କବିତାପାଠରେ ଅଂଶ ଗ୍ରହଣ କରିବାକୁ ସମ୍ପାଦକ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ