ଛାତ୍ରୀଙ୍କୁ ଯୌନ ନିର୍ଯାତନା, ଅଭିଯୁକ୍ତ ଗିରଫ

ଯୋଡା, (ସମୀର କୁମାର ଦାସ):ଯୋଡା ଥାନା ଅଂଚଳରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ରେ ବିରକଳା ଗ୍ରାମର ଦିନେଶ କୁମାର ନାଏକ ନାମକ ଯୁବକକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ୍‌ର ସୂଚନା ଅନୁଯାୟୀ ନାବାଳିକା ଜଣଙ୍କ କୌଣସି ଏକ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିଲେ । ତାଙ୍କର ଅଶ୍ଳିଳ ଫଟୋ ଓ ଭିଡିଓକୁ ଅଭିଯୁକ୍ତ ଦିନେଶ ନାଏକ ସୋସିଆଲ ମିଡିଆରେ ଛାଡିଥିଲେ ଏବଂ ବିଭିନ୍ନ ସମୟରେ ଏହି ଅଶ୍ଳିଳ ଭିଡିଓ ଓ ଫଟୋକୁ ରଖି ଛାତ୍ରୀଙ୍କୁ ଫୋନ୍‌ରେ ବ୍ଲାକମେଲ୍ କରିଆସୁଥିଲେ । ଏହି ଘଟଣା ସମ୍ପର୍କରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ଯୋଡା ଥାନା କେଶ ନଂ-୩୩/୨୫.୦୨.୨୦୨୧, ଦଫା ୩୭୬(୨)(ଏନ୍‌)/୫୦୬ ଆଇପିସି/ସେକ୍ସନ ୪/୬ ପୋକ୍ସୋ ଆକ୍ଟ ରୁଜୁକରି ଅଭିଯୁକ୍ତକୁ ପୋଲିସ୍ କୋର୍ଟ ଚାଲାଣ କରିଥିବା ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ