ନଭେମ୍ବର ୮ରେ ମୁକ୍ତିଲାଭ କରିବ ଏହି ଓଡ଼ିଆ ସିନେମା

ଏଇ ନଭେମ୍ବର ମାସ ୮ ତାରିଖରେ ପୁଣି ଏକ ବିଗ୍ ବଜେଟ୍ ସିନେମା ରିଲିଜ୍ ହେବ । ଏଥିରେ ପୁଣି ଏକାଠି କାମ କରିଛନ୍ତି ସବ୍ୟସାଚୀ-ଏଲିନା । ହଁ, ଆମର ମ୍ୟୁଜିକ୍ ପ୍ରାଇଭେଟ୍ ଲିମିଟେଡର ପ୍ରଥମ ସିନେମା “ମାଲ୍ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ସବ୍ୟସାଚୀଙ୍କ ବିପକ୍ଷରେ ପୁଣି ନାୟିକା ଭାବେ ଅଭିନୟ କରିଛନ୍ତି ଲାକପ୍ରିୟ ଅଭିନେତ୍ରୀ ଏଲିନା । ଆଗରୁ ଏହି ଯୋଡିକୁ ଦର୍ଶକ ଗତ ବର୍ଷ ଦୁଇଟି ସିନେମାରେ ଦେଖିବାକୁ ମିଳିଥିଲା । ଏହି ସିନେମା ହେଲା “ଟୋକାଟା ଫସିଗଲା ଏବଂ ଫୋର ଇଡିଅଟସ୍‌’ । “ମାଲ୍ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତୃତୀୟ ଥରଲାଗି ଏକାଠି ଆସୁଛନ୍ତି ସବ୍ୟ-ଏଲିନା । ଏହା ରିଲିଜ୍ ହେଲେ ହାଟ୍ରିକ୍ କରିବେ ଏହି ଯୋଡି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ । ଏହି ଓଡ଼ିଆ ସିନେମାର ସଂଳାପ ଲେଖିଛନ୍ତି । ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର୍ । ଇତିମଧ୍ୟରେ ସିନେମାର ସୁଟିଂ ଶେଷ ହେବା ସହ ପୋଷ୍ଟ ପ୍ରଡକସନ କାମ ଶେଷ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ