ରଣବୀର କରୋନା ଆକ୍ରାନ୍ତ

ମୁମ୍ବଇ,(ୱାଇଏନ୍‌ଏସ୍‌): ବଲିଉଡ ଅଭିନେତା ରଣବୀର କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଏବେ ହୋମ୍‌ କ୍ବାରେଣ୍ଟାଇନରେ ଅଛନ୍ତି। ଏନେଇ ତାଙ୍କ ମାଆ ଅଭିନେତ୍ରୀ ନୀତୁ ସିଂ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।ନୀତୁ ରଣବୀରଙ୍କ ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘‘ଆପଣମାନଙ୍କ ଚିନ୍ତା ଓ ଶୁଭକାମନା ପାଇଁ ଆମେ କୃତଜ୍ଞ ଏବଂ ସମସ୍ତଙ୍କୁ ବହୁତ ଧନ୍ୟବାଦ। ରଣବୀରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେ ଔଷଧ ଖାଉଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି। ଏବେ ସେ ହୋମ୍‌ କ୍ବାରେଣ୍ଟାଇନରେ ଅଛନ୍ତି ଓ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରୁଛନ୍ତି’’। ଏହି ଖବର ଜାଣିବା ପରେ ପ୍ରଶଂସକମାନେ ରଣବୀରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବରରେ ରଣବୀରଙ୍କ ମାଆ ନୀତୁ ସିଂ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ର ଶୁଟିଂ ସମୟରେ ସେ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ