ଟିଏମ୍‌ସିରେ ଯୋଗ ଦେଲେ ବିଜେପିର ଯଶଓ୍ଵନ୍ତ ସିହ୍ନା

ନୂଆଦିଲ୍ଲୀ (‌ୱାଇଏନ୍‌ଏସ୍‌): ପଶ୍ଚିମବଙ୍ଗ ରାଜନୀତିରେ ଦେଖାଦେଇଛି ଅଦଳବଦଳ । ବିଜେପିର ଜଣେ ଟାଣୁଆ ତଥା ପୂର୍ବ ମନ୍ତ୍ରୀ ରହିଥବା ଯଶଓ୍ଵନ୍ତ ସିହ୍ନା ଆଜି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗଦେଇଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ କିଛି ସପ୍ତାହ ବାକି ଥିବା ବେଳେ ପୂର୍ବରୁ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ଯଶଓ୍ଵନ୍ତ ସିହ୍ନା ଆଜି ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି।‘ବିଜେପି’ର ଏହି ୮୩ ବର୍ଷିୟ ପୂର୍ବତନ ନେତା ୨୦୧୮ରେ ଦଳ ତ୍ୟାଗ କରିଥିଲେ। ମଧ୍ୟାହ୍ନ ଅତିକ୍ରାନ୍ତ ହେବାର ଅଳ୍ପ ସମୟ ପରେ ଡେରେକ୍‌ ଓ’ବ୍ରିଏନ୍‌, ସୁଦୀପ ବନ୍ଦୋପାଧ୍ୟାୟ ଏବଂ ସୁବ୍ରତ ମୁଖାର୍ଜୀଙ୍କ ଉପସ୍ଥିତିରେ କୋଲ୍‌କାତାରେ ଥିବା ‘ତୃଣମୂଳ ଭବନ’ରେ ସିହ୍ନା ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି। ଏ ସଂକ୍ରାନ୍ତରେ ସୁବ୍ରତ ମୁଖାର୍ଜୀ କହିଛନ୍ତି, ଯଶୋବନ୍ତ ସିହ୍ନା ଯୋଗ ଦେଇଥିବାରୁ ଆମେ ଗର୍ବିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ