ଆରମ୍ଭ ହେବ ରାମସେତୁର ଶୁଟିଂ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଅକ୍ଷୟ କୁମାର ଅଭିନୀତ ରାମସେତୁ ଫିଲ୍ମର ଶୁଟିଂ ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ ୧୮ରେ ଅଯୋଧ୍ୟାରୁ ଏହାର ଶୁଟିଂ ଆରମ୍ଭ ହେବ ବୋଲି ନିର୍ଦ୍ଦେଶକ ଅଭିଷେକ ଶର୍ମା ଓ କ୍ରିଏଟିଭ ନିର୍ମାତା ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଘୋଷଣା କରିଛନ୍ତି । ବର୍ତମାନ ଅକ୍ଷୟ ତାଙ୍କ ପରିବାର ସହ ମାଳଦ୍ୱୀପରେ ଛୁଟି କଟାଉଛନ୍ତି । ଅକ୍ଷୟ ଏକ ଆର୍କିୟୋଲୋଜିଷ୍ଟଙ୍କ ଭୂମିକାରେ ଅବତୀର୍ଣ୍ଣ ହେବ ।ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ନୁସରତ ଭରୁଚା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ । ରାମସେତୁ ଫିଲ୍ମର ପରିକଳ୍ପନା ୨୦୦୭ରୁ ହେଲାଣି ବୋଲି ଅଭିଷେକ କହିଛନ୍ତି । ଏହା ଉପରେ ଆମେ ଦୀର୍ଘ ଦିନ ଧରି ଗବେଷଣା ମଧ୍ୟ କରିଛି । ଫିଲ୍ମ ନେଇ ଅକ୍ଷୟ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ଏହା ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ହେବ ବୋଲି ଶର୍ମା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ