ଦିଲ୍ଲୀକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା: ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସ୍ପାଇସ୍ ଜେଟ୍ ପକ୍ଷରୁ ପ୍ରତି ସୋମବାର ଝାରସୁଗୁଡ଼ା- ଦିଲ୍ଲୀ ବିମାନ ସେବାକୁ ବନ୍ଦ ରଖାଯାଇଥିଲା । ତେବେ ଗତ ୭ ତାରିଖ ସୋମବାରଠାରୁ ପୁଣି ବିମାନ ସେବା ଆରମ୍ଭ ହୋଇଥିବା ଜଣାଯାଇଛି । ଆସନ୍ତା ୨୭ ତାରିଖଠାରୁ ଝାରସୁଗୁଡ଼ା- ଦିଲ୍ଲୀ-ଝାରସୁଗୁଡ଼ା ବିମାନର ସମୟରେ ପରିବର୍ତ୍ତନ କରାଯାଉଥିବା ଜଣାଯାଇଛି । ୨୭ରୁ ଦିଲ୍ଲୀରୁ ( ଏସଜି ୮୯୬୮) ବିମାନ ଅପରାହ୍ନ ୧ ଘଣ୍ଟା ୫ ମିନିଟ୍‌ରେ ଛାଡ଼ି ଝାରସୁଗୁଡ଼ାରେ ଅପରାହ୍ନ ୩ ଟାରେ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ (ଏସଜି ୮୯୬୯) ବିମାନ ଅପରାହ୍ନ ୩ ଟା ୩୦ରେ ଛାଡ଼ି ଦିଲ୍ଲୀରେ ୫ ଟା ୨୫ରେ ପହଞ୍ଚିବ ବୋଲି ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

error: Content is protected !!