କାଶ୍ମୀର ବାସୀ ଙ୍କ ପାଇଁ ମାଗଣା ଫିଲ୍ମ

(ଯୁଗାବ୍ଦନ୍ୟୁ) ଜାମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ଉଠିବା ପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି କାରଣରୁ ବିଭିନ୍ନ ସ୍ଥାନରେ ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି।ଲୋକଙ୍କ ମନୋରଞ୍ଜନ ପାଇଁ କଶ୍ମୀର ଡିଭିଜନ କମିଶନର ବଶିର ଅହମ୍ମଦ ଖାନ୍ ଏକ ନୂଆ ପଦକ୍ଷେପ ନେଇଛନ୍ତି। ବନ୍ଦ ଥିବା ସିନେମାଘରଗୁଡିକୁ ପୁଣିଥରେ ଖୋଲାଯିବ ସହ ଲୋକଙ୍କୁ ମାଗଣା ଫିଲ୍ମ ଦେଖାଯିବ ବୋଲି ଅହମ୍ମଦ ଖାନ୍ ସୂଚନା ଦେଇଛନ୍ତି। ଖେଳ, ସଂସ୍କୃତି, ସାହିତ୍ୟ ଏବଂ ପିଲାଙ୍କ ଉପରେ ଆଧାରିତ ଡକ୍ୟୁମେଣ୍ଟାରି ଫିଲ୍ମ ଦେଖାଯିବ।ପ୍ରତିଟି ଜିଲ୍ଲାରେ ସ୍କ୍ରିନିଂ ସେଣ୍ଟର ଖୋଲାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ