ୟୁସୁଫ ପଠାନ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ (ୱାଇଏନ୍‌ଏସ୍ ): ଟିମ୍‌ ଇଣ୍ଡିଆର ପୂର୍ବତନ ସଦସ୍ୟ ୟୁସୁଫ ପଠାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ସେ ଏହି ସୂଚନା ଦେଇଥିଲେ। ସେ ଟ୍ୱିଟ୍‌ କରି କହିଥିଲେ, ମୁଁ ଆଜି କୋଭିଡ୍‌-୧୮ ପଜିଟିଭ୍ ଚିହ୍ନଟ ହୋଇଛି। ମୋ ପାଖରେ ସାମାନ୍ୟ ଲକ୍ଷଣ ରହିଛି। ଏହା ସ୍ପଷ୍ଟ ହୋଇଯିବା ପରେ ମୁଁ ଘରେ ଆଇସୋଲେସନ୍‌ରେ ରହିଛି ଓ ଆବଶ୍ୟକ ସମସ୍ତ ସତର୍କତାମୂଳକ ପଦକ୍ଷେପ ଆପଣାଇଛି। ତା’ସହିତ ଆବଶ୍ୟକ ଔଷଧ ଗ୍ରହଣ କରୁଛି।’ଏହା ସହିତ ୟୁସୁଫ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଯଥାଶୀଘ୍ର କରୋନା ଟେଷ୍ଟ୍ କରାଇ ନେବା ପାଇଁ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ