ଡ୍ରଗ୍ସ ମାମଲାରେ ଅଭିନେତା ଆଜାଜ ଗିରଫ

ମୁମ୍ବାଇ (‌ୱାଇଏନ୍‌ଏସ୍‌): ବଲିଉଡ୍‌ରେ ଡ୍ରଗ୍ସ କାରବାର ମାମଲାରେ ଅଭିନେତା ଆଜାଜ ଖାନ ଗିରଫ କଲା ଏନସିବି । ଆଠ ଘଣ୍ଟାର ପଚରାଉଚରା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜାଜଙ୍କୁ ଗିରଫ କରିଛି । ମୁମ୍ବାଇର ଡ୍ରଗ୍ସର ଆଜାଜ ଖାନ୍ ଏବଂ ବାଟାଟା ଗ୍ୟାଙ୍ଗ ମଧ୍ୟରେ ଲିଙ୍କ ମିଳିଛି । ଆଜାଜଙ୍କୁ କାବୁ କରିବା ପରେ ଏନସିବି ଟିମ୍ ମୁମ୍ବାଇର ଅନ୍ଧେରି ଏବଂ ଲୋଖଣ୍ଡୱାଲା ଅଞ୍ଚଳରେ ମଧ୍ୟ ଚଢାଉ କରିଥିଲା। ଆଜାଜ ପୂର୍ବରୁ ମୁମ୍ବାଇର ସବୁଠାରୁ ବଡ ଡ୍ରଗ୍ ଯୋଗାଣକାରୀ ଫାରୁକ୍ ବାଟାଟାଙ୍କ ପୁଅ ଶାଦବ ବାଟାଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା । ଶାଦାବଙ୍କ ପଚରାଉଚରା ପରେ ହିଁ ଆଜାଜଙ୍କୁ ଗିରଫ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ