ଏଲପିଜି ସିଲିଣ୍ଡର ଦାମ ୧୦ ଟଙ୍କା କମିଲା
ନୂଆଦିଲ୍ଲୀ (ୱାଇଏନ୍ଏସ୍) : ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦ ଟଙ୍କା ହ୍ରାସ ପାଇଛି । ଏହି ଦର ଆଜିଠାରୁ ଲାଗୁ ହେବ । ସାଧାରଣ ଖାଉଟିଙ୍କୁ ଏହା ଆଶ୍ୱସ୍ତ କରିବ ।ଏହି ହ୍ରାସ ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୯ ଟଙ୍କାକୁ ହ୍ରାସ ପାଇବ । ଗତ କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଉଥିବାରୁ ପେଟ୍ରୋଲ, ଡିଜେଲ ଦର କମିବା ଆରମ୍ଭ କରିଛି । ସେହିପରି ଗ୍ୟାସ ଦର ମଧ୍ୟ ଆଗକୁ କମିବ ବୋଲି ଅନୁମାନ କରାଯାଉଛି ।