ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ନନ୍ଦିଗ୍ରାମରେ ମମତା-ଶୁଭେନ୍ଦୁଙ୍କ ଲଢ଼େଇ

ନୂଆଦିଲ୍ଲୀ(‌ୱାଇଏନ୍‌ଏସ୍): ପଶ୍ଚିମବଙ୍ଗ ଓ ଆସାମ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୩ଟି ଜିଲ୍ଲାର ୩୦ଟି ସିଟ୍‌ ସମେତ ଆସାମର ୩୯ ଆସନରେ ମତଦାନ ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ମତଦାନ ହେଉଥିବା ୩୦ ଆସନ ମଧ୍ୟରୁ ନନ୍ଦିଗ୍ରାମକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ତୃଣମୂଳ କଂଗ୍ରେସର କବଜାରେ ଥିବା ନନ୍ଦିଗ୍ରାମରେ ଏଥର ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କର ପୂର୍ବତନ ସହଯୋଗୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଲଢ଼େଇ ହେଉଛି । ବାମମେଣ୍ଟରୁ ମିନାକ୍ଷୀ ମୁଖାର୍ଜୀ ମଧ୍ୟ ରଣାଙ୍ଗନରେ ଅଛନ୍ତି। ଏହି ଆସନରେ କିଏ ବାଜିମାତ କରିବ ତାହା ଉପରେ ସମସ୍ତଙ୍କ ଆଖି ରହିଛି।ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସମସ୍ତ ୩୧ଟି ବିଧାନସଭା ଆସନରେ ଟିଏମସିର ଦବଦବା ରହିଛି । ୨୦୧୬ରେ ୩୧ରୁ ୨୯ଟି ସିଟ୍‌ରେ ଟିଏମ୍‌ସି ଜିତିଥିଲା । ଗତ ଲୋକସଭା ନିର୍ବାଚନରେ ବିଜେପିର ଭୋଟ୍ ହାର ବଢ଼ିଥିଲେ ବି ବିଜୟୀ ହେବାରେ ବିଫଳ ହୋଇଥିଲା । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୬ରେ ହେବ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ