କିରଣ ଖେରଙ୍କୁ ବ୍ଲଡ୍ କ୍ୟାନସର୍

ମୁମ୍ବାଇ, (‌ୱାଇଏନ୍‌ଏସ୍‌): ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେର ରକ୍ତ କର୍କଟରେ ପୀଡିତ ଅଛନ୍ତି । କିରଣ ଖେରଙ୍କ ସହଯୋଗୀ ତଥା ବିଜେପି ନେତା ଅରୁଣ ସୁଦ ରକ୍ତ କର୍କଟ ବାବଦରେ ସୂଚନା ଦେଇଛନ୍ତି । ତାଙ୍କର ଚିକିତ୍ସା ମୁମ୍ବାଇ କରବା ହସ୍ପିଟାଲରେ ଚାଲୁଥିବା ସୂଚନା ମିଳିଛି । ସେ ଏକ ସାମ୍ବାଦିକ ସମ୍ମଳନୀରେ ଏନେଇ ସ୍ପଷ୍ଟ କରିଛନ୍ତି । ଗତବର୍ଷ ନଭେମ୍ବର ୧୧ରେ କିରଣଙ୍କ ହାତରେ ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ତାଙ୍କ ବାମ ହାତରୁ ଡାହାଣ କାନ୍ଧ ଯାଏଁ ବ୍ୟାପିଯାଇଥିଲା । ୨୦୨୦ ଡିସେମ୍ବର ୪ରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇକୁ ଏୟାର ଲିଫ୍ଟ୍ କରାଯାଇଥିଲା । ସେବେଠାରୁ ତାଙ୍କର ଚିକିତ୍ସା ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ