ମେଦିନୀପୁରରେ ଟିଏମ୍‌ସି କର୍ମୀଙ୍କୁ ହତ୍ୟା

କୋଲକାତା, (‌ୱାଇଏନ୍‌ଏସ୍‌): ପ‌ଶ୍ଚିମବଂଗ ମେଦିନୀପୁରରେ ଆଜି ‌ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଗରୁବାର ଭୋରରୁ ମେଦିନୀପୁର ଜିଲ୍ଲାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ର ଜଣେ କର୍ମୀଙ୍କୁ ଛୁରିଭୁସି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଜଣକ ହେଉଛନ୍ତି ଉତ୍ତମ ଦୋଲୁଇ, ତା‌ଙ୍କୁ ସଂଘବ‌ଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଜଣାପଡିଛି । ମିଦନାପୁର ଡାକ୍ତରଖାନାକୁ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଉତ୍ତମଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଏ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣରେ ଭୋଟର୍‌ମାନଙ୍କୁ ଭୟଭୀତ କରିବା ଲାଗି ଉତ୍ତମ ନାମକ ବ୍ୟ‌କ୍ତି ଆକ୍ରମଣ କରିଛନ୍ତି। ଘଟଣା ସଂକ୍ରାନ୍ତରେ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମଗାଯାଇଥିବା କଥା ନିର୍ବାଚନ କମିସନ୍‌ କହିଛନ୍ତି। ଏଭଳି ଅଘଟଣ ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁଁ ହଠାତ୍‌ ହିଂସାକାଣ୍ଡ ଘଟିବା ଆଶଙ୍କା କରି କେଶପୁରରେ ନିରାପତ୍ତା ବଳ ମୁତୟନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ