ସିଆରପି, ଏମବିକେ ଚୟନରେ ଅନିୟମିତତା ନେଇ ସୋସିଆଲ ମିଡିଆରେ ଝଡ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତରେ ସିଆରପି, ଏମବିକେ ଚୟନରେ ଅନିୟମିତତା ନେଇ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି । ଉକ୍ତ ଅନିୟମିତତା ନେଇ ଆବେଦନକାରୀ ମାନେ ମୁଖ୍ୟମନ୍ତ୍ରୀ, ଶିଶୁ ବିକାଶ ମନ୍ତ୍ରୀ, ଜିଲାପାଳ, ପିଡିଙ୍କୁ ଲିଖିତ ଅଭିଯୋଗ କରିବା ସହିତ କିଛି ସମାଜସେବୀ ଟୁଇଟର ମାଧ୍ୟମରେ ଅବଗତ କରାଇଛନ୍ତି । ସେହିପରି ଏସଂପର୍କରେ ଫେସ୍ ବୁକ୍‌ରେ ମଧ୍ୟ ନାନାଦି ଚର୍ଚ୍ଚା ଲାଗି ରହିଛି । ଏହି ପଦବୀ ଚୟନ ବେଳେ କୁଆଡେ ମୋଟା ଅଙ୍କର ଅର୍ଥ କାରବାର କରାଯାଇଛି ବୋଲି କୁହାଯାଉଛି । ଏଥିରେ ତଳ ସ୍ତର ଠାରୁ ଉପର ସ୍ତର ପର୍ଯ୍ୟନ୍ତ ଜନପ୍ରତିନିଧି ଓ ଅଧିକାରୀ ମାନେ ସଂପୃକ୍ତି ଥିବା ଆଲୋଚନା ହେଉଛି । ଉକ୍ତ ପଞ୍ଚାୟତରେ ଚୟନ ପ୍ରକ୍ରିୟା ଫାଇଲରୁ ଆବେଦନକାରୀଙ୍କ କାଗଜପତ୍ରକୁ ଗାଏବ କରାଯାଇଛି ବୋଲି ଅଭିଯୋଗ ହୋଇଛି । ମୌଖିକ ପରୀକ୍ଷା ବେଳେ ପ୍ରାର୍ଥିନୀଙ୍କୁ ଅସମ୍ଭବ ପ୍ରକାରର ପ୍ରଶ୍ନ ପଚାରି ଆକ୍ରୋଶ ମୂଳକ ଭାବେ ଚୟନ ପ୍ରକ୍ରିୟାରୁ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ଅନିୟମିତତା ସଂପର୍କରେ ବିଧିବଦ୍ଧ ତଦନ୍ତ କରି ସଠିକ୍ ଭାବେ ଚୟନ କରାନଗଲେ ଆଗାମୀ ଦିନରେ ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ