ଶ୍ରୀମନ୍ଦିର ନିକଟରେ ମହିଳା ବ୍ୟବସାୟୀଙ୍କୁ ପିଟିଲେ ମହିଳା

ଭୁବନେ‌ଶ୍ୱର, (‌ୱାଇଏନ୍‌ଏସ୍‌): ପୁରୀ ଶ୍ରୀମନ୍ଦିର ପାଖ ଦୋଳବେଦୀ କୋଣରେ କୌଣସି କାରଣକୁ ନେଇ ଦୁଇ ଜଣ ମହିଳା ଜଣେ ମହିଳା ବ୍ୟବସାୟୀଙ୍କୁ ଚପଲରେ ମାଡ ମାରୁଛନ୍ତି । ସେହି ବାଟ ଦେଇ ଯାଉଥିବା ଶହ ଶହ ଭକ୍ତ, ପର୍ଯ୍ୟଟକ ଏହି ଦୃଶ୍ୟ ଦେଖି ତାଜୁବ ହୋଇଯାଇଥିଲେ ।ଉଭୟଙ୍କ ମାରପିଟ ରୋକିବା ପାଇଁ ଜଣେ ମହିଳା ଚେଷ୍ଟା କରୁଥିଲେ ମଧ୍ୟ ସେଥିରେ ସେ ବିଫଳ ମଧ୍ୟ ହୋଇଥିଲେ । ତେବେ ଏହି ଘଟଣା ନେଇ ସିଂହଦ୍ବାର ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ମହିଳାଙ୍କ ମାରପିଟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ