ପେଟ୍ରୋଲ ଢ଼ାଳି ୬ ଜଣଙ୍କୁ ଜୀଅ‌ନ୍ତା ଜାଳିଦେଲେ

ବାଙ୍ଗାଲୁର,, (‌ୱାଇଏନ୍‌ଏସ୍‌): ଶନିବାର ପୂର୍ବାହ୍ନରେ ରାଜ୍ୟର କୋଡ଼ାଗୁ ଜିଲ୍ଲାର ଏକ ଗାଁରେ ନିଆଁ ଲଗାଇ ୬ ଜଣଙ୍କୁ ଜିଅନ୍ତା ଜାଳି ଦିଆଯାଇଛି । ପୋଲିସ ସୂଚନା ଅନୁସାରେ ଜଣେ ବ୍ୟକ୍ତି ଘର ବାହାରୁ ବନ୍ଦ କରି ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛି । ଘଟଣାର କାରଣ ଜାଣିବାକୁ ପୋଲିସ ଚେଷ୍ଟା କରୁଛି । ଶନିବାର ଦିନ ବ୍ୟକ୍ତି ୟେରାବ ବୋଜା ନାମକ ଜଣେ ବ୍ୟକ୍ତି ଜିଲ୍ଲାର ବିରାପଟେ ତାଲୁକ ଗାଁର ମୁଗୁଟକେରୀ ଗ୍ରାମରେ ପେଟ୍ରୋଲ ଢ଼ାଳି ଏକ ଘରେ ନିଆଁ ଲଗାଇଦେଇଥିଲେ । ଅଗ୍ନିକାଣ୍ଡରେ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣଙ୍କର ମୈସୁର ଡାକ୍ତରଖାନରେ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ସୀତା (୪୫), ବେବି (୪୦), ବିଶ୍ୱାସ (୬), ବିଶ୍ୱ (୭), ପ୍ରକାଶ (୭) ଏବଂ ପ୍ରାଥନା (୬) ବୋଲି ଜଣାପଡ଼ିଛି । ପୋଲିସ ସୂଚନା ଅନୁସ।।ରେ ଅଭିଯୁକ୍ତ ଏହି ଘଟଣା ଘଟାଇବା ପରେ ସେଠାରୁ ପଳାଇ ଯାଇଥିଲା । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି । ଏହି ଘଟଣାର କାରଣ ଖୋଜିବାକୁ ମଧ୍ୟ ପୋଲିସ ଚେଷ୍ଟା କରୁଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ