ସିଆରପି, ଏମବିକେ ଚୟନରେ ଅନିୟମିତତା ନେଇ ଦାବୀପତ୍ର ଦେଲେ ମହିଳା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତରେ ସିଆରପି, ଏମବିକେ ଚୟନରେ ଅନିୟମିତତା ନେଇ ରବିବାର ବାବା ଅନନ୍ତ ଗୋପାଳ, ମା’ମଙ୍ଗଳା, ମାତୃଶକ୍ତି, ଶନିଦେବ, ବଜରଙ୍ଗବାଲୀ, ଶ୍ରୀକିଷ୍ଣା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ମହିଳା ପଞ୍ଚାୟତ ଅଫିସ ଘେରାଉ କରିବା ସହିତ ବିଡିଓ ଓ ବିପିଏମ୍‌ଙ୍କ ଉଦ୍ଦେଶ୍ୟରେ ସରପଞ୍ଚ ଚିନ୍ତାମଣି ଘଡେଇଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ସିଆରପି, ଏମବିକେ ଚୟନର ଅନିୟମିତତାରେ ସଂଘର ସଂପାଦକ ମୁଖ୍ୟକର୍ଣ୍ଣଧାର, ଗୋଟିଏ ପରିବାରରୁ ୨ ଜଣଙ୍କୁ ଚୟନ କରାଯିବା, ଚୟନ ପ୍ରକ୍ରିୟାରେ ଅର୍ଥ କାରବାର କରାଯିବା, ଚୟନ ପ୍ରକ୍ରିୟା ଫାଇଲରୁ କାଗଜପତ୍ର ଗାଏବ ହେବା ଆଦି ବିଭିନ୍ନ ଅନିୟମିତତା ସଂପର୍କରେ ମଞ୍ଜୁଲତା ସାହୁ, ଲିଜା ସେଠୀ, ତୁଳସୀ ଜେନା, ରଞ୍ଜୁଲତା ସାହୁ, ମିନତୀ ନାୟକ, ମଞ୍ଜୁଲତା ନାୟକ, ମାମିନା ନାୟକ, ପୁଅ ଜେନା, ପଦ୍ମାଳୟା ସେଠୀ, ରଶ୍ମିରେଖା ପଣ୍ଡା, ସେବତୀ ମହାନ୍ତି, ସୁନୀତା ସେଠୀ, ବୀଣାପାଣି ସାହୁ, କାଦମ୍ବିନୀ ସାହୁ, ପୁଷ୍ପା ସାହୁ, ସବିତା ସାହୁ, ରୀତା ସାହୁ, ଗୀତାଞ୍ଜଳୀ ରାଉତ, ତପସ୍ୱିନୀ ଜେନା, ଶାନ୍ତି ନାଥ ପ୍ରମୁଖ ଅଭିଯୋଗରେ ଦର୍ଶାଇଛନ୍ତି । ଏସଂପର୍କରେ ବିଧିବଦ୍ଧ ତଦନ୍ତ କରି ପୁନଃ ଚୟନ କରାନଗଲେ ଆଗାମୀ ଦିନରେ ମହିଳା ମାନେ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ