ନଳକୂପ ଅଚଳ, ପାଣି ପାଇଁ ହନ୍ତସନ୍ତ

ନିମାପଡା  (ସନ୍ତୋଷ ଦାଶ) : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧୀନରେ ଥିବା ଚାରିଛକ ବଜାରରେ ଥିବା ଏକମାତ୍ର ନଳକୂପଟି ଦୀର୍ଘଦିନ ହେବ ଖରାପ ହୋଇଯାଇଥିବାରୁ ପାଣି ଲାଗି ବ୍ୟବସାୟୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବଜାରରେ ପ୍ରାୟ ୪୦୦ରୁ ଊର୍ଦ୍ଧ ବ୍ୟବସାୟୀ ଦୋକାନ କରିଛନ୍ତି । ଏହି ବଜାର ଦେଇ ଦୈନିକ ଶହ ଶହ ଯାତ୍ରୀ ସମେତ ୩୦୦୦ରୁ ଅଧୁକ ଛାତ୍ରଛାତ୍ରୀ ଚାରିଛକ କଲେଜକୁ ପାଠ ପଢ଼ିବାକୁ ଆସିଥାନ୍ତି । ବଜାରରେ ଥିବା ନଳକୂପକୁ ମରାମତି ଲାଗି ଚେଷ୍ଟା କରାଯାଇଥିଲେ ମଧ୍ୟ ସେଥିରୁ ପାଣି ବାହାରୁନି । ତୁରନ୍ତ ନୂତନ ନଳକୂପ ବସାଇବା ଲାଗି ବଜାର ବ୍ୟବସାୟୀ ମୁନା ଖାଁ, ସ୍ଥାନୀୟ ବାସିନ୍ଦା ବ୍ରହ୍ମାନନ୍ଦ ଭୋଇ ଦାବି କରିଛନ୍ତି । ଏ ସମ୍ପର୍କରେ ଭୋଦର ସରପଞ୍ଚ ବୀଣାପାଣି ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ପାଣିସ୍ତର କମିଯିବାରୁ ଏପରି ଅବସ୍ଥା ହୋଇଛି । ଆରମ୍ଭରୁ ଯଦି ଏହିପରି ହେଲାଣି ତେବେ ବୈଶାଖ ଜ୍ୟେଷ୍ଟ ମାସରେ ଏହି ସମସ୍ୟା ଅତ୍ୟଧିକ ହେବ ବୋଲି ଜନସାଧାରଣ ସମେତ ବ୍ୟବସାୟୀ ଅଭିଯୋଗ କରିଛନ୍ତି । ଯଦି ତୁରନ୍ତ ପଦକ୍ଷେପ ନିଆ ନ ଯାଏ ତେବେ ବ୍ୟବସାୟୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ