ସୁରତ ଜଗନ୍ନାଥ ମନ୍ଦିର ପରିସରରେ ପ୍ରବାସୀ ଓଡ଼ିଆଙ୍କୁ ଟିକାଦାନ

ବୁଗୁଡା (ଅନିଲ ମହାରଣା): ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ, ସୁରତ ପକ୍ଷରୁ ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ୪୫ ବର୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ମାନଙ୍କୁ କୋଭିଡ ଟିକାଦାନ ପାଇଁ ପ୍ରୟାସ ଆରମ୍ଭ ହୋଇ ଚାଲୁରହିଛି। ସୁରାଟରେ କରୋନା ଟିକା ନେବାପାଇଁ ଆବଶ୍ୟକ ପ୍ରମାଣ ପତ୍ର ନଥିବା ଯୋଗୁଁ ନିୟମ ପ୍ରକାରେ ବହୁ ପ୍ରବାସୀ ଓଡ଼ିଆ ଟିକାଦାନରୁ ବଞ୍ଚିତ ହେବାର ଆଶଙ୍କା ଥିବାରୁ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ଗୁଜରାଟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଟ୍ରଷ୍ଟର ମହିଳା ମଣ୍ଡଳୀକୁ ଏହି କାର୍ଯ୍ୟକ୍ରମ ଦ୍ବାୟୀତ୍ୱ ପ୍ରଦାନ କରାଯାଇଥିବା ବେଳେ ଟିକାଦାନ ସୁଚାରୁ ରୂପେ ପରିଚାଳିତ ହେଉଥିବା ଜଣାପଡ଼ିଛି। ସୁରାଟ ସହରର ଛଚିନ ଅଞ୍ଚଳର କନକପୁର ହାଉସିଂବୋର୍ଡ଼ ଜଗନ୍ନାଥ ମନ୍ଦିର ପରିସରରେ ଗୋପୀନାଥ ଲେଙ୍କା, ଜୟରାମ ଦଳେଇ, ଭାଗୀରଥି ଭାଇ ପ୍ରଭୃତିଙ୍କ ତତ୍ତ୍ୱାବଧାନରେ ମହିଳା ମଣ୍ଡଳୀର ବିଷ୍ଣୁପ୍ରିୟା ଲେଙ୍କା, ରାଜେଶ୍ୱରୀ ପ୍ରଧାନ, ନମିତା ଗୌଡ଼, ଉଷାରାଣୀ ସାହୁ, ମିନତୀ ସାହୁ, ସଶ୍ମିତା ପ୍ରଧାନ ପ୍ରମୁଖଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ହଜାର ହଜାର ପ୍ରବାସୀ ଓଡ଼ିଆ ଭାଇ ଭଉଣୀ କୋଭିଡ ଟିକା ଗ୍ରହଣ କରି ନିଜ ଜୀବନକୁ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବେ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ