ଗୃହଋଣ ଉପରେ ସୁଧହାର ବଢାଇଲା ଷ୍ଟେଟ ବ୍ୟାଙ୍କ

ନୂଆଦି‌ଲ୍ଲୀ, (‌ୱାଇଏନ୍‌ଏସ୍‌):ଦେଶର ବୃହତ୍ତମ ଋଣ ପ୍ରଦାନକାରୀ ଷ୍ଟେଟ ବ୍ୟାଙ୍କ ନିଜର ଗୃହଋଣ ଉପରେ ସର୍ବନିମ୍ନ ସୁଧହାରକୁ ବୃଦ୍ଧି କରିଛି । ସର୍ବନିମ୍ନ ସୁଧହାର ୨୫ ବେସିସ ପଏଣ୍ଟ ବା ୦.୨୫ ପ୍ରତିଶତ ବୃଦ୍ଧି ପାଇ ୬.୯୫ ପ୍ରତିଶତରେ ପହଞ୍ଚିଛି । ପୂର୍ବରୁ ଏହା ୬.୭୦ ପ୍ରତିଶତ ଥିଲା । ଏହି ବର୍ଦ୍ଧିତ ହାର ଏପ୍ରିଲ ପହିଲାରୁ ଲାଗୁ ହୋଇଛି । ଷ୍ଟେଟ ବ୍ୟାଙ୍କ ଗତ ମାର୍ଚ୍ଚ ୧ରେ ଗୃହଋଣ ଉପରେ ସର୍ବନିମ୍ନ ସୁଧହାରକୁ ୬.୮୦ ପ୍ରତିଶତରୁ ହ୍ରାସ କରି ୬.୭୦ ପ୍ରତିଶତ କରିଥିଲା । ବ୍ୟାଙ୍କ କେବଳ ଗୃହଋଣ ଉପରେ ସର୍ବନିମ୍ନ ସୁଧହାରକୁ ବୃଦ୍ଧି କରିନାହିଁ, ବରଂ ଗୃହଋଣ ଉପରେ ଏକ ପ୍ରୋସେସିଂ ଫି ମଧ୍ୟ ଲାଗୁ କରିଛି । ଏହି ପ୍ରୋସେସିଂ ଫି ମୋଟ ଗୃହଋଣ ପରିମାଣର ୦.୪୦ ପ୍ରତିଶତ ( ଜିଏସଟିକୁ ଛାଡ଼ି ) ବା ସର୍ବନିମ୍ନ ୧୦ ହଜାର ଓ ସର୍ବାଧିକ ୩୦ ହଜାର ମଧ୍ୟରେ ରହିବାର ସମ୍ଭାବନା ରହିଛି । ଏହି ପ୍ରୋସେସିଂ ଫି ଓ ବର୍ଦ୍ଧିତ ସୁଧହାର ଗୃହଋଣ କରିଥିବା ଓ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଇବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ