ମାଓବାଦୀଙ୍କ କବ୍ଜାରେ କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍
ବିଜାପୁର,(ୱାଇଏନ୍ଏସ୍): ଛତିଶଗଡ଼ ବିଜାପୁର ମାଓବାଦୀଙ୍କ ଆକ୍ରମଣ ପରେ ନିଖୋଜ ଥିବା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍ଙ୍କ ଏବେ ମାଓବାଦୀଙ୍କ କବ୍ଜାରେ ଏହି ଫଟୋରୁ ସ୍ପଷ୍ଟ ହୋଇଥିବା ବେଳେ, ସରକାରଙ୍କ ସହ ମାଓବାଦୀ ମାନେ ସର୍ତ୍ତରଖିଥିବା ଜଣାପଡିଛି । ତାଳ ବରଡ଼ା ଘେରା କୁଡ଼ିଆରେ ରାକେଶ୍ୱର ବସିଥିବା ଫଟୋରେ ଦେଖିବାକୁ ମିଳିଛି। ମାଓବାଦୀମାନେ ତାଙ୍କୁ ବନ୍ଧକ ରଖିଥିବା ଦାବି କରିଛନ୍ତି। ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥି ଦେବାକୁ କହିଛନ୍ତି। ଶନିବାର ଦିନ ମାଓ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ନିଖୋଜ ଥିଲେ। ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସ୍ ବୋଲି ଜଣାପଡ଼ିଛି। ତାଙ୍କୁ ମୁକୁଳାଇ ଆଣିବାକୁ ମାନହାସ୍ଙ୍କ ପରିବାର ଲୋକେ ନିବେଦନ କରିଛନ୍ତି।