ଜନସେବକ ଫାଉଂଡ଼େସନ୍ ଦ୍ୱାରା ଆୟୋଜିତ ‘ଜଳସେବା’ ଉଦ୍‌ଯାପିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ସାମାଜିକ ଅନୁଷ୍ଠାନ ଜନସେବକ ଫାଉଂଡେସନ୍‌ର ସଭାପତି ମଦନ ମୋହନ ପାଢୀଙ୍କ ପୌରହିତ୍ୟରେ ଉତ୍କଳ ଦିବସଠାରୁ ଆରମ୍ଭ ହୋଇଥିବା ‘ଜଳଛତ୍ର’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ପ୍ରଚଣ୍ଡ ରୌଦ୍ରତାପ ସମୟରେ ପଥଚାରୀଙ୍କୁ ଜଳଦାନ କରି ସାମୟିକ ଆଶ୍ୱସ୍ତି ଲକ୍ଷ୍ୟରେ ଏହି ‘ଜଳସେବା’ର ଆୟୋଜନ କରାଯାଇଥିଲା । ଏହି ଜଳସେବା ଦିବା ୧୦ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲୁରହିଥିଲା । ପ୍ରତିଦିନ ପଥଚାରୀଙ୍କୁ ଦହିପାଣି ଓ ଲେମ୍ବୁ ସରବତ ପାଣିରେ ଆପ୍ୟାୟିତ କରାଯାଉଥିଲା । କାର୍ଯ୍ୟକ୍ରମର ଅନ୍ତିମ ଦିନରେ ଜଳଜିରା ପାଣି, ମିଶ୍ରି ପାଣି ଓ ଲେମ୍ବୁ ପାଣିର ବ୍ୟବସ୍ଥା କରାଯାଇଥିଲା । ଜନସେବକ ଫାଉଂଡେସନର ଏତାଦୃଶ କାର୍ଯ୍ୟକୁ ପଥଚାରୀ ତଥା ସ୍ଥାନୀୟ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି । ଉଦ୍‌ଯାପନୀ ଶେଷରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ସମସ୍ତ ସଦସ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ଭୁବନେଶ୍ୱର ଜୋନ୍ ମୁଖ୍ୟ ସୌମ୍ୟ ରଂଜନ ବରାଳ କହିଥିଲେ ଯେ ସାମାଜିକ କାର୍ଯ୍ୟ ଏକ ମହତ୍ କାର୍ଯ୍ୟ । ନିସ୍ୱାର୍ଥପର ଭାବେ ଏହି କାର୍ଯ୍ୟକୁ ଆଗକୁ ଆହୁରି ଭଲ ଭାବରେ କରାଯିବ । ସଂଗଠନର ସଦସ୍ୟମାନେ ଆଗାମୀ ଦିନରେ ଆହୁରି ଉତ୍ସାହର ସହିତ ନୂଆ ନୂଆ କାର୍ଯ୍ୟ କରିବାକୁ ସଂପାଦକ ସୁରେନ୍ଦ୍ର କୁମାର ସାହୁ ଆହ୍ୱାନ ଦେଇଥିଲେ । ରାଜ୍ୟ ଆବାହକ ଅରବିନ୍ଦ ତ୍ରିପାଠୀ କହିଥିଲେ ଯେ ଜଳଦାନ ଏକ ମହତ୍ କାର୍ଯ୍ୟ । ଏହି କାର୍ଯ୍ୟକୁ ସଂଗଠନର ସଦସ୍ୟମାନେ ଅତ୍ୟନ୍ତ ଉତ୍ସାହ ଓ ସଫଳତାର ସହିତ ତୁଲାଇ ଥିବାରୁ ସେ ଖୁସି ବ୍ୟକ୍ତ କରିବା ସହିତ ଏଥିପାଇଁ ଭବିଷ୍ୟତରେ ଅଧିକରୁ ଅଧିକ ଯତ୍ନବାନ ହେବେ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଛାତ୍ରଛାତ୍ରୀ ସୌମ୍ୟ ରଂଜନ ବରାଳ, ଶୁଭମ୍ ମହାରଣା, ସତ୍ୟବ୍ରତ ସ୍ୱାଇଁ, ସୁମିତ୍ରା ସାମନ୍ତରାୟ, ପ୍ରତିମା ସାମଲ, ଅନିତା ତରାଇ, ପ୍ରୀତିପର୍ଣ୍ଣା ରଣସିଂ ଓ ବାଦଲ ବେହେରା ପ୍ରମୁଖ ସୁଚାରୁରୂପେ ପରିଚାଳନା କରୁଛନ୍ତି । ଶେଷରେ ଅନୁଷ୍ଠାନର ସଭାପତି ମଦନ ମୋହନ ପାଢୀ ସମସ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ