ପିପିଲିରେ ଦେଖିବାକୁ ମିଳିବ ନବୀନ ଓ ଧର୍ମେନ୍ଦ୍ରଙ୍କ ପ୍ରଚାର ଲଢ଼େଇ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପିିପିଲି ଉପନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର । ପିପିଲିରେ ବିଜେଡ଼ି ଓ ବିଜେପି ମଧ୍ୟରେ ଘମାଘଟ ଲଢ଼େଇ ହେବାକୁ ଯାଉଥିବା ବେଳେ । ବିଜେଡି ଗଡ଼ ଭାବେ ପରିଚିତ ପିପିଲିକୁ ଜିତିବା ପାଇଁ ନବୀନ ସମସ୍ତ ରଣକୌଶଳ ପ୍ରୟୋଗ କରିଥିବା ବେଳେ ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ । ଏଥିପାଇଁ ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ଏଲଇଡିର ବ୍ୟବସ୍ଥା ହେବ । ଏଥିସହ ବିଜେଡି ୩୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବ ବୋଲି ଦାବି କରିଛନ୍ତି ବିଧାୟକ ଉମାକାନ୍ତ ସାମନ୍ତରାୟ । ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପିପିଲିରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ୧୩ ତାରିଖରେ ଧର୍ମେନ୍ଦ୍ର ପ୍ରଚାର ଆରମ୍ଭ କରିବେ । ପିପିଲିରେ ବିକାଶ ଯେତିକି ହେବା କଥା ତାହା ହୋଇନାହିଁ ବୋଲି ବିଜେପି ଦାବା କରୁଥୁବା ବେଳେ ବିଜେପି ଆସିଲେ ବିକାଶ ହେବ ପିପିଲିର ବୋଲି ବିଜେପି ଦୃଢ଼ ଦାବି କରିଛି । ଏହାଛଡ଼ା ବିଜେପିର ଆଉ କିଛି କେନ୍ଦ୍ରୀୟ ନେତା ପିପିଲି ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ୮ତାରିଖରୁ ପିପିଲି-ଡେଲାଙ୍ଗ ଅଂଚଳରେ ଜୋନାଲ ରାଲି କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଅନ୍ୟପଟେ କଂଗ୍ରେସର ସ୍ଥିତି ସେତିକି ମଜବୁତ ନଥିବାରୁ ଏଠାରେ କଂଗ୍ରେସ ଆସିବାର ଆଶା ବହୁତ କ୍ଷୀଣ ରହିଛି ।

 

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ