ମୁ‌ମ୍ବାଇ, ଦି‌ଲ୍ଲୀ ପରେ ଏବେ ପଞ୍ଜାବରେ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ, (‌ୱାଇଏନ୍‌ଏସ୍‌): ରାଜ୍ୟରେ କୋଭିଡ-୧୯ ମାମଲା ବଢିବାରେ ଲାଗିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବୁଧବାର ଦିନ ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜନୈତିକ ସମାବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। । ଏହାସହିତ ସିଏମ ଅମରିନ୍ଦର ସିଂ ସମଗ୍ର ରାଜ୍ୟରେ ରାତି ୯ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଜାରି କରିବାକୁ ଘୋଷଣା କରିଛନ୍ତି। ଏହା ପୂର୍ବରୁ ୧୨ ଟି ଜିଲ୍ଲାରେ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଥିଲା।ଘର ଭିତରେ ଅନ୍ତିମ ସଂସ୍କାର, ଶବଦାହ ସମାରୋହ କିମ୍ବା ବିବାହ ଉତ୍ସବରେ କେବଳ ୫୦ ଜଣଙ୍କୁ ଅନୁମତି ଦିଆଯିବ। ଏହି କାର୍ଯ୍ୟଗୁଡ଼ିକ ପାଇଁ ସମାବେଶ, ଯଦି ବାହାରେ ସଂଗଠିତ ହୁଏ ତେବେ ସେଥିରେ ୧୦୦ ଜଣଙ୍କୁ ଅନୁମତି ଦିଆଯିବ। ପଞ୍ଜାବ ସରକାର ମଧ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସରେ ଥିବାବେଳେ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ