ମିନିଟ୍ରକ ଧକ୍କାରେ ଜେଜେ ମୃତ, ନାତୁଣୀ ଆହତ

ଗାଙ୍ଗପୁର, (ସନ୍ତୋଷ ବିଷୋୟୀ) : ଆଜି ସକାଳ 8 ଘଣ୍ଟ 20 ମିନଟ ସମୟରେ ଗଂଜାମ ଜିଲ୍ଲା ଗାଙ୍ଗପୁର ପେଟ୍ରୋଲପମ୍ପ ନିକଟରେ ଏକ tvs ଏକ୍ସିଲ ଲୁନାକୁ ମିନିଟ୍ରକ ଧକ୍କାଦେଇ ମିନିଟ୍ରକଟି ଓଲଟି ପଡିବାରୁ ଟ୍ରକ ତଳେ ଚାପିହୋଇ ଘଟଣା ସ୍ଥଳରେ ଜେଜେ ବାପାର ମୃତୁ ଘଟିଥିବା ବେଳେ 10 ବର୍ଷର ନାତୁଣୀ ଆହତ ହୋଇଛି । ଖବରରୁ ଜଣାପଡିଛି ବେଲଗୁଣ୍ଠା ବ୍ଲକ ବଙ୍କା ପଂଚାୟତ ଅନ୍ତର୍ଗତ ସୁରମଣି ଗ୍ରାମର ଦଣ୍ଡପାଣି ନାୟକ 55, ଧରାକୋଟ ବ୍ଲକ ଖଣ୍ଡବନ୍ଧ ଗ୍ରାମରେ ରହୁଥିବା ସମ୍ପର୍କୀୟ ଘରକୁ ମଙ୍ଗଳବାର ଦିନ ଯାଇଥିଲେ । ସେଠାରୁ ଆଜି ସକାଳ 7 ଘଣ୍ଟ 30 ମିନଟ ସମୟରେ ନିଜଗ୍ରାମ ସୁରମଣି କୁ tvs ଏକ୍ସେଲରେ ନାତୁଣୀ ପ୍ରିୟଦର୍ଶନୀ ନାୟକ 8 କୁ ଧରି ଫେରୁଥିବା ସମୟରେ ଗାଙ୍ଗପୁର ପେଟ୍ରୋଲ ପମ୍ପ ନିକଟରେ ଆସିକା ପଟୁ ଭଞ୍ଜନଗର ଆଡେ ଯାଉଥିବା ଏକ ମିନିଟ୍ରକ ଯାହାର ନମ୍ବର od02,bc- 6727 ଏକ୍ସେଲ କୁ ଧକ୍କା ଦେଇ ମିନିଟ୍ରକଟି ଘଟଣାସ୍ଥଳରେ ଓଲଟି ପଡିଥିଲା,ଗାଦିତଳେ ଦଣ୍ଡପାଣି ଚାପିହୋଇଯାଇଥିଲେ ,ଫଳରେ ଦଣ୍ଡପାଣିଙ୍କ ମୁଣ୍ଡକୁ ଗଭୀର ଆଘାତ ଲାଗି ବା ସହ ଦହି ବାହାରି ପଡିବାରୁ ସେ ଘଟଣା ସ୍ଥଳରେ ମୃତୁ ଘଟିଥିଲା ପ୍ରାୟ ଦେଢ଼ ଘଣ୍ଟା ପରେ ଏକ ଜେସିବି ମିଶିନୀ ଆସିବାରୁ ଟ୍ରକ ତଳେ ଚାପିହୋଇ ରହିଥିବା ଦଣ୍ଡପାଣିଙ୍କ ଶବକୁ ବାହାର କରାଯାଇଥିଲା । ନାତୁଣୀ ପ୍ରିୟଦର୍ଶନୀ ସାମାନ୍ୟ ଆହତ ହୋଇଥିଲେ, ସ୍ତାନୀୟ ଲୋକେ ତାକୁ ଗାଙ୍ଗପୁର ପ୍ରାଥମିକ ଚିକିଛାଳୟରେ ଭର୍ତି କରିଥିଲେ । ଖବରପାଇ ଗାଙ୍ଗପୁର ଥାନାଅଧିକାରୀ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଦେଇ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି, ମିନିଟ୍ରକ ର ଡ୍ରାଇଭର ଓ ହେଲ୍ପର ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ମୃତ ଦଣ୍ଡପାଣି ବନବିଭାଗ କାଜୁ ନିଗମରେ ଚତୁର୍ଥ ଶ୍ରେଣୀ କର୍ମଚାରିଭାବେ କାମ କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ