ରାୟପୁରରେ ୧୦ ଦିନିଆ ଲକଡାଉନ୍

ଛତିଶଗଡ: ରାଜ୍ୟର ସବୁଠାରୁ ବଡ ସହର କୁହାଯାଉଥିବା ରାୟପୁରରେ ୧୦ ଦିନିଆ ଲକଡାଉନ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସୂଚନା ମୁତାବକ ଏହି ଲକଡାଉନ୍ ଏପ୍ରିଲ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ । ରାୟପୁର ଜିଲ୍ଲାପାଳ ଏ ବାବଦରେ ନିର୍ଦ୍ଦେଶନାମା ଜାରି କରିଦେଇଛନ୍ତି । ପୂର୍ଣ୍ଣ ଲକଡାଉନ ସମୟରେ ଜିଲ୍ଲାର ସମସ୍ତ ସୀମା ସିଲ୍ କରାଯିବ ବୋଲି କୁହାଯାଇଛି । ରାୟପୁର ଜିଲ୍ଲାପାଳଙ୍କ ସୂଚନା ମୁତାବକ ଲକଡାଉନ୍ ସମୟରେ ସହରର ସମସ୍ତ ମଦ ଦୋକାନ ବନ୍ଦ ରହିବ । ଏହାସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିବା ବା ସହ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟପଟେ ଶିଳ୍ପ ପ୍ରତିଷ୍ଠାନ ମାନଙ୍କରେ ଯେଉଁ ଶ୍ରମିକ ମାନେ ପ୍ରତିଷ୍ଠାନ ଭିତରେ କାମ କରୁଛନ୍ତି ସେମାନେ କାର୍ଯ୍ୟ କରିପାରିବେ । ଏହାସହ ସମସ୍ତ ଧାର୍ମିକ ପୀଠ, ପର୍ଯ୍ୟଟନସ୍ଥଳୀ ବି ବନ୍ଦ ରହିବ ବୋଲି କୁହାଯାଇଛି । ଅନ୍ୟପଟେ କୋଭିଡ କଟକଣା ଉଲଙ୍ଘନ କଲେ ପ୍ରଶାସନ ତରଫରୁ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ