ଗାଙ୍ଗପୁର ପୋଲିସ୍ ତରଫରୁ ଲୋକଙ୍କୁ କରୋନା ସଚେତନତା

ବେଲଗୁଣ୍ଠା, (ସନ୍ତୋଷ କୁମାର ବିଷୋୟୀ):ଦେଶରେ କରୋନାର ଦ୍ୱିତୀୟ ଲହରୀରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଗାଙ୍ଗପୁର ପୋଲିସ୍ ପକ୍ଷରୁ ଜନ ସାଧାରଣଙ୍କୁ ଆଗୁଆ ସଚେତନ କରାଯାଇଛି I ଆଜି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କ ନେତୃତ୍ୱରେ ଗାଙ୍ଗପୁର ପୋଲିସ୍ ର ଏକ ଟିମ୍ ଗାଙ୍ଗପୁର ବଜାରରେ ବୁଲି ଜନସାଧାରଣ ଏବଂ ବ୍ୟବସାୟୀଙ୍କୁ ଅଯଥା ଭୟଭୀତ ନହୋଇ ସାବଧାନତାର ସହ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସଚେତନ କରାଯାଇଥିଲା I ଜନ ସାଧାରଣଙ୍କୁ ଏବଂ ଗାଡ଼ିରେ ଯାଉଥିବା ଯାତ୍ରୀମାନଙ୍କୁ ମାସ୍କର ବ୍ୟବହାର,ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନ କରାଯିବା ସହ ଦୋକାନରେ ଅଯଥା ଗହଳି ନକରି ସରକାରଙ୍କ ପଞ୍ଚସୂତ୍ରୀ ନିୟମ ପାଳନ କରିବା ପାଇଁ ବ୍ୟବସାୟୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା I ଏହି ଅବସରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦିଆଯିବା ସହିତ ଦୋକାନ ସମ୍ମୁଖରେ ଚିତ୍ର ମାଧ୍ୟମରେ ସାମାଜିକ ଦୂରତା ରକ୍ଷା କରିବାର ବାର୍ତ୍ତା ଦିଆଯାଇଥିଲା I ଗାଙ୍ଗପୁର ପୋଲିସ୍ ର ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳ ବାସୀଙ୍କ ତରଫରୁ ଭୂୟସୀ ପ୍ରଶଂସା କରାଯାଇଛି I ଆସନ୍ତା କାଲି ଠାରୁ ରାଜ୍ୟ ସରକାରଙ୍କ ଦଶ ଦିନିଆ ଏନ୍ଫୋର୍ସମେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବାରୁ ଆଗାମୀ ଦିନରେ ଏହିଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବା ସହ ବାରମ୍ବାର କୋଭିଡ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ