ନରେନ୍ଦ୍ରପୁର ଓ ନୋଳିଆ ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଛତ୍ରପୁର (ଦେବଦତ୍ତ ମହାରଣା):ନରେନ୍ଦ୍ରପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଓ ନୋଳିଆ ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ନରେନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେର ଡାକ୍ତର ସରୋଜ ବନ୍ଧୁ ମହାପାତ୍ର, ବିପିଏମ୍ ସିମାଞ୍ଚଳ ପ୍ରଧାନ, ସୁପରଭାଇଜର କ୍ରିଷ୍ଣା ଚନ୍ଦ୍ର ଜେନା, ସବିତା କୋଠିଆ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ । ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ସେହିପରି ନୋଳିଆ ନୂଆ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଡାକ୍ତର ତପସ୍ୱିନୀ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ବେହେରା, ଆଶା କର୍ମୀ ମାନେ ଉପସ୍ଥିତ ରହି ଏହି ଦିବସ ପାଳିତ ହୋଇଯାଇଛି । ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଜ୍ଞାନେନ୍ଦ୍ର କୁମାର ପାଣିଗ୍ରାହୀ ଓ ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀ ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ