ବାଚସ୍ପତିଙ୍କୁ ଉତ୍କଳ ସମ୍ମିଳନୀ ଫଳକ ପ୍ରଦାନ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ଉତ୍କଳ ସମ୍ମିଳନୀର କର୍ମକର୍ତା ସାକ୍ଷାତ କରି ସମ୍ମାନ ସୂଚକ ଉତ୍କଳ ସମ୍ମିଳନୀର ଫଳକ ପ୍ରଦାନ କରିଛନ୍ତି । ଉତ୍କଳ ସମ୍ମିଳନୀ ପକ୍ଷରୁ ସମ୍ମିଳନୀର ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଓ ଶାଖା ଉପଦେଷ୍ଟା ନିମାଇଁ ଚରଣ ଦାସ ସୌଜନ୍ୟମୂଳକ ସାକ୍ଷାତ କରି ସମ୍ମିଳନୀ ତଥା ରାଜ୍ୟ ଓ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି ସ୍ୱର୍ଗତଃ ବସନ୍ତ କୁମାର ପାଣିଗ୍ରାହୀଙ୍କୁ ବାଚସ୍ପତି ସ୍ମରଣ କରିଥିଲେ । ଶେଷରେ ସାକ୍ଷାତକରି ଆଲୋଚନା ପାଇଁ ସୁଯୋଗ ଦେଇଥିବାରୁ ସଭାପତି ଶ୍ରୀ ଦାଶଶର୍ମା ବାଚସ୍ପତିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ