ବ୍ରହ୍ମପୁରରେ ଚୋରୀ ଘଟଣାର ଫର୍ଦ୍ଦାଫାସ୍ , ୩ ଗିରଫ, ଟଙ୍କା ସହ ବହୁ ସାମଗ୍ରୀ ଜବତ

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁର ମହାନଗର ବିଭିନ୍ନ ସ୍ଥାନରେ ସଂଗଠିତ ଚୋରୀ ଘଟଣାରେ ପୋଲିସର ସ୍ୱତନ୍ତ୍ର ଟିମ୍ ଫର୍ଦ୍ଦାଫାସ୍ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୨.୮ ଲକ୍ଷ ଟଙ୍କା, ଆପଲ୍ ଫୋନ୍‌, ଲାପ୍‌ଟପ୍ ଆଦି ଜବତ କରିବାରେ ସକ୍ଷମ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ପ୍ରଭାତ ଚନ୍ଦ୍ର ରାଉତରାୟଙ୍କ ସୂଚନାକ୍ରମେ ଗତ କିଛିଦିନ ମଧ୍ୟରେ କ୍ରମାଗତ ଚୋରି ଘଟଣାର ଫର୍ଦ୍ଦାଫାସ୍ ନେଇ ଗୋସାଇଁନୂଆଗାଁ ଥାନା ଆଇଆଇସି ସୁମିତ ସୋରେନ୍ ଓ ବଡ଼ ବଜାର ଥାନା ଅତିରିକ୍ତ ଆଇଆଇସି ମହେନ୍ଦ୍ର କୁମାର ସାହୁ ଗଠିତ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବଡ଼ବଜାର ଥାନା ଅନ୍ତର୍ଗତ ପୂର୍ଣ୍ଣବାସୀ କଲୋନୀର ଶେଖ୍ ଆସିଫ୍‌(୧୯), ଗୋସାଇଁନୂଆଗାଁ ହାଉସିଂବୋର୍ଡ଼ କଲୋନୀର ଜି.ସନ୍ତୋଷ କୁମାର(୨୦) ଓ ଗୋସାଇଁନୂଆଗାଁ ମିନାକ୍ଷୀ ନଗରର ବାବୁଲା ନାୟକଙ୍କୁ ଗିରଫ କରି ନଗଦ ୨ ଲକ୍ଷ ୮ ହଜାର ଟଙ୍କା, ଗୋଟିଏ ଆପଲ୍ ଆଇଫୋନ୍‌, ୪ ଟି ଦାମୀ ଫୋନ୍‌, ଗୋଟିଏ ଲାପ୍‌ଟପ୍ ଓ ଘରର ତାଲା ଭଙ୍ଗା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି । ଉକ୍ତ ଅଭିଯୁକ୍ତମାନେ ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ଗିରିରୋଡ଼ ସ୍ଥିତ ସିମେଣ୍ଟ ଦୋକାନ ଓ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ସ୍ଥିତ ମୋବାଇଲ୍ ଫୋନ୍ ଦୋକାନରୁ ସଂଗଠିତ ଚୋରି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଉକ୍ତ ଅଭିଯୁକ୍ତମାନେ ୬ ଟି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ