‌ବ୍ର‌ହ୍ମପୁର: ପୂର୍ବ ଶ‌ତ୍ର୍ରୁତାରୁ ଘର ଉପରକୁ ବୋମାମାଡ଼

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁର ସଦର ଥାନା ଗୁରୁଣ୍ଠି ଶ୍ରୀରଙ୍ଗରାଜପୁର ଗାଁରେ ଗତକାଲି ମଧ୍ୟରାତ୍ରରେ ବୋମାମାଡ଼ ହୋଇଛି । ଗାଁର ପି.ତ୍ରିଲୋଚନ ପାତ୍ରଙ୍କୁ ସେହି ଗ୍ରାମର କିଛି ଦୁର୍ବୃତ୍ତ ଧମକଚମକ ଦେବା ସହ ତାଙ୍କ ଘର ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗତକାଲି ପି.ତ୍ରିଲୋଚନ ଓ ତାଙ୍କ ପତ୍ନୀ ଘରେ ଥିଲେ। ରାତି ପ୍ରାୟ ୧୨ ଟା ବେଳେ ହଠାତ୍‌ କିଛି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରେ ପହଞ୍ଚି ବୋମା ପକାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଅନୁମାନ କରାଯାଉଛି । ଏହି ବୋମା ମାଡ଼ରେ କେହି ଆହତ ହୋଇ ନ ଥିବା ବେଳେ ପରିବାର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏ ନେଇ ଅଭିଯୋଗ ପରେ ଘଟଣାସ୍ଥଳରେ ସଦର ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତଙ୍କ ଟେର ପାଇପାରିନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ