ଗଞ୍ଜାମ ଜିଲ୍ଲା ଓକିଲ ସଂଘ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ

ବ୍ରହ୍ମପୁର, (ଅନିଲ କୁମାର): ଗଞ୍ଜାମ ଓକିଲ ସଂଘର ନିର୍ବାଚିତ ସଭାପତି ଉପସଭାପତି, ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କୁ ନେଇ ଶପଥପାଠ ଉତ୍ସବ ସଂଘ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ଅଧିକାରୀ ପ୍ରସାଦ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବ ନିର୍ବାଚିତ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ଉପସଭାପତି ବି. ଭାଗିରଥୀ ରାଓ, ସମ୍ପାଦକ ପ୍ରଦୀପ ବେହେରା ଓ ଯୁଗ ସମ୍ପାଦକ ସୁଧୀର ପାତ୍ରଙ୍କୁ ବରିଷ୍ଠ ଆଇନଜୀବୀଙ୍କ ଦ୍ୱାରା ଶପଥ ପାଠ କରାଯିବା ଓ ସେମାନଙ୍କୁ ଦାୟୀତ୍ୱ ପ୍ରଦାନ ସହ ସମ୍ବର୍ନ୍ଧିତ କରାଯାଇଥିଲା । ଏଠାରେ ଗଞ୍ଜାମ ଓକିଲ ସଂଘର ପୁର୍ବତନ ସଭାପତି କପିଳେଶ୍ୱ ପଟ୍ଟନାୟକ, ପୁର୍ବତନ ସମ୍ପାଦକ ରାମକୃଷ୍ଣ ମହାରଣା ପୁର୍ବତନ ଉପସଭାପତି ବସନ୍ତ ରାଉତ ଓ ପୁର୍ବତନ ଯୁଗ୍ମ ସମ୍ପାଦକ ଶ୍ରୀଧର ସାହୁଙ୍କ ସମେତ ସଂଘର ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ