ବ୍ରହ୍ମପୁରରେ ମାସ୍କ ଯାଞ୍ଚ କଡ଼ାକଡ଼ି
ବ୍ରହ୍ମପୁର,(ଅନିଲ କୁମାର) : ରାଜ୍ୟ ସହିତ ଗଞ୍ଜାମରେ କରୋନା ବଢ଼ୁଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲାରୁ ୩୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବଢ଼ୁଥିବା କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଟାଟାବେଞ୍ଚ ଛକ ନିକଟରେ ଟ୍ରାଫିକ୍ ଥାନା ପକ୍ଷରୁ ମାସ୍କ ଯାଞ୍ଚ କଡ଼ାକଡ଼ି କରାଯାଉଛି । ସେହିପରି ବହୁ ଜନସାଧାରଣଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ଗାଡ଼ି ଚାଳକମାନେ ମାସ୍କ ପରିଧାନ ନ କରିବା ହେଲ୍ମେଟ ପରିଧାନ ନ କରିଥିଲେ ସେମାନଙ୍କୁ ସଚେତନ କରାଯିବା ସହ କେତେକଙ୍କ ଠାରୁ ଜରିମାନା ଆଦାୟ ହେଉଛି । ବହୁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏଠାରେ କରୋନା ନେଇ ସଚେତନ କରାଯିବା ସହ ସର୍ବଦା ମାକ୍ସ ପରିଧାନ କରିବା ପାଇଁ ପରାମର୍ଶ ଦିଆଯାଇଛି ।