ବ୍ରହ୍ମପୁର ଏସ୍‌ପିଙ୍କ କରୋନା ସଚେତନତା ବାର୍ତ୍ତା

ବ୍ରହ୍ମପୁର, (ଅନିଲ କୁମାର): ରାଜ୍ୟ ତଥା ଜିଲ୍ଲାମାନଙ୍କରେ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପୋଲିସ ଜିଲ୍ଲାକୁ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ । ପୂର୍ବରୁ କରୋନା ସଂକ୍ରମଣରେ ଗଞ୍ଜାମ ଜିଲ୍ଲା ହଟ୍‌ସ୍ପଟ୍ ପାଲଟିଥିବା ବେଳେ ଏବେ ଏହି କରୋନା ଦ୍ୱିତୀୟ ଲହରୀରେ ଧୀରେ ଧୀରେ ସଂକ୍ରମଣ ବଢ଼ୁଛି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ଜିଲ୍ଲା ଏସ୍‌ପି ପିନାକୀ ମିଶ୍ର ଜନସାଧାଣଙ୍କୁ କରୋନା ସଚେତନତା ବାର୍ତ୍ତା ଭିଡ଼ିଓ ମାଧ୍ୟମରେ ପ୍ରଦାନ କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ, ପୂର୍ବରୁ ବ୍ରହ୍ମପୁରବାସୀ ଯେପରି ଏହି କରୋନା ସମୟରେ ଧର୍ଯ୍ୟର ସହ ଏହାର ମୁକାବିଲା କରିବା ସହ କରୋନା ସଚେତନତାକୁ ପାଳନ କରିଥିଲେ ମୋର ଆଶା ଏଥର ମଧ୍ୟ ପୂର୍ବରୁ ଆମେ ସତର୍କ ହେବା ସହ ସଚେତନ ରହିବା । ଏହି ସମୟରେ ବାହାରକୁ କାମ ନଥିଲେ ନବାହାରିବାକୁ ଏସ୍‌ପି ପରାମର୍ଶ ଦେଇଛନ୍ତି । ଯଦି କୌଣସି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଆଇସୋଲେସନ୍‌ରେ ରହି କୋଭିଡ ସେଣ୍ଟରର ପରାମର୍ଶ ନିଅନ୍ତୁ, ଘରେ ରୁହନ୍ତୁ ଏବଂ ସୁସ୍ଥ ରହୁହନ୍ତୁ ବୋଲି ସେ କହିଛନ୍ତି । ଇତିମଧ୍ୟରେ ବ୍ରହ୍ମପୁରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁରର ସମସ୍ତ ଥାନା ଅଞ୍ଚଳରେ କରୋନା ସଚେତନତା ସାଙ୍ଗକୁ କଡ଼ା ଚେକିଂ ମଧ୍ୟ ଆରମ୍ଭ ହୋଇଯାଇଛି । ସୂଚନା ଯେ, ଆଜି ରାଜ୍ୟରେ କରୋନା ବଢ଼ିଥିବା ବେଳେ ଗଞ୍ଜାମରେ ମଧ୍ୟ ୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ