ରୁଦ୍ରାଣୀ ଉଚ୍ଚ ବିଦ୍ୟାଳୟ ୧୯୯୦ ମସିହା ଛାତ୍ରଛାତ୍ରୀ ଙ୍କ ସାଂଗଠନିକ ବୈଠକ ଓ ବନ୍ଧୁମିଳନ ସମାରୋହ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ରାମଚଣ୍ଡୀ ଥାନା ଅଧୀନସ୍ଥ ଜାଗତଜନନୀ ମା ରାମଚଣ୍ଡୀ ଙ୍କ ପୀଠରେ କୋଣାର୍କ ନିକଟସ୍ଥ ଅନସରା ସ୍ଥିତ ରୁଦ୍ରାଣୀ ଉଚ୍ଚ ବିଦ୍ୟାଳୟର ୧୯୯୦ ମସିହା ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସାଂଗଠନିକ ବୈଠକ ଓ ବନ୍ଧୁମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ଜୟନ୍ତ କୁମାର ସେଠଅଧ୍ୟକ୍ଷତାରେ ୧୯୯୦ ମସିହା ବ୍ଯାଚର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଗାମୀ ସଂଗଠନ ର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ରୁଦ୍ରାଣୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ହରିହର ଦୀକ୍ଷିତ ଙ୍କୁ ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ମାନିତ ପୁରାତନ ଛାତ୍ରଛାତ୍ରୀ ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ବୈକୁଣ୍ଠ ଦାଶ, ବସନ୍ତ କୁମାର ସାହୁ, ଅଜୟ କୁମାର ସ୍ବାଇଁ, ଜଟାଧାରୀ ସେଠ, ଲିଂଗରାଜ ପରିଡ଼ା, ତ୍ରିଲୋଚନ ପଣ୍ଡା, ବ୍ରଜବନ୍ଧୁ ମହାପାତ୍ର, ପୁରାତନ ଛାତ୍ରୀ ସୁଜାତା ସ୍ବାଇଁ, ଲୁନାସେଠ, କୁଇନିସେଠ, ସୁକାନ୍ତି ସ୍ବାଇଁ, ବୀଣାପାଣି ନନ୍ଦ ଓ ରଂଜିତା ବରାଳ ସମେତ ରୁଦ୍ରାଣୀ ଉଚ୍ଚ ବିଦ୍ୟାଳୟର ୧୯୯୦ ବ୍ଯାଚର ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ଏହାର ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ