୧୦ କୋଟି ୬୦ ଲକ୍ଷ ଟଙ୍କାରେ ନିର୍ମିତ ହେବକୁ ଥିବା ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରର ଶୁଭ ଉଦ୍ଘାଟନ
ସୋରଡା (ରଜନୀ ମହାପାତ୍ର): ଭାରତ ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଦ୍ଵାରା ଆସିଥିବା ୨୦୧୯/୨୦ ଆର୍ଥିକ ବର୍ଷର ଅନୁଦାନ ୧୦ କୋଟି ୬୦ ଲକ୍ଷ ଟଙ୍କା ରେ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିର୍ମିତ ହେବ ୩୦ ଶଯ୍ୟା ବିଶିଷ୍ଠ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର । ଏଥିପାଇଁ ରାସ୍ତା ଓ କୋଠା ବାଡି ବିଭାଗ କୁ ନିର୍ମାଣ ଦାୟିତ୍ଵ ପ୍ରଦାନ କରିଛି ଗଞ୍ଜାମ ଜିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ୩ ମହଲା ବିଶିଷ୍ଠ ଏହି କେନ୍ଦ୍ର ରେ ଗର୍ଭବତୀ ମହିଳା ,ଶିଶୁ ମାନଙ୍କ ପାଇଁ ଅତ୍ୟାଧୁନିକ ସେବା ବ୍ୟବସ୍ତା ରହିବ । ସୋରଡା ବ୍ଲକ ସମେତ ଗଞ୍ଜାମ ,ଗଜପତି ,କନ୍ଧମାଳ ଜିଲା ର ଶହ ଶହ ଗ୍ରାମର ମହିଳା ,ଶିଶୁ ନିର୍ଭର କରୁଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଏକ ବିରାଟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ରେ ପରିଣତ ହେବ । ଗୁରୁବାର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ପ୍ରମିଳା ବିଶୋଈ ,ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଯୋଗଦେଇ ଶୁଭ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସାଇବାଣୀ ମଲିକ,ଉପାଧ୍ୟକ୍ଷ ବିକଳ ବେହେରା ,ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରି ,କନିଷ୍ଠ ଯନ୍ତ୍ରି ପ୍ରମୁଖ ଯୋଗଦେଇଥିଲେ ।