ମଦ ମୃତ୍ୟୁ ସନ୍ଦେହରେ ମହିଳାଙ୍କ ରାଜ୍ୟ ରାଜପଥ ଅବରୋଧ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଗୁରବାର ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ଅଭିମନ୍ୟୁ ରାଉତ(୫୨)ଙ୍କ ମଦମୃତ୍ୟୁ ସନ୍ଦେହରେ ଶତାଧିକ ମହିଳା ଭଦ୍ରକ-ଆନନ୍ଦପୁର ରାଜ୍ୟରାଜକୁ ଦୀର୍ଘ ଘଣ୍ଟା ଧରି ଅବରୋଧ କରିଥିବା ଜଣାଯାଇଛି । ପ୍ରକାଶ ଯେ, ବୁଧବାର ସନ୍ଧ୍ୟା ୫ଟା ବେଳେ ଉକ୍ତ ଗ୍ରାମର ଅଭିମନ୍ୟୁ ରାଉତ ନିକଟସ୍ଥ ମଦ କାଉଁଣ୍ଟର ନିକଟରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଖବର ପାଇ ସ୍ଥାନୀୟ ଯୁବକ ମାନେ ଗାଡି ଯୋଗେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରବାର ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ଗଣିଜାଙ୍ଗ ହାସିନପୁର ମଦ କାଉଁଣ୍ଟର କେନାଲ ଛକ ଠାରେ ପରିବାର ସମେତ ସ୍ଥାନୀୟ ମହିଳା ମାନେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ଉପରେ ଶବ ରଖି ପୂର୍ବାହ୍ନ ୧୨ଟା ଠାରୁ ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତା ଅବରୋଧ ହଟି ନାହିଁ । ରାସ୍ତା ଉପରେ ମହିଳା ମାନେ ଧାରଣା ବସି ରହି ବିଭିନ୍ନ ମଦ ବିରୋଧୀ ସ୍ଲୋଗାନ ଦେଇ ରାସ୍ତା ଅବରୋଧ କରିଛନ୍ତି । ଉକ୍ତ ମଦ କାଉଁଣ୍ଟରରେ ଭେଜାଲ ମଦ ବିକ୍ରି ଯୋଗୁ ଏଭଳି ମଦମୃତ୍ୟୁ ହୋଇଛି ବୋଲି ପରିବାର ସମେତ ମହିଳା ମାନେ ଅଭିଯୋଗ କରିଛନ୍ତି । ଉକ୍ତ ମଦ ଦୋକାନକୁ ଉଚ୍ଛେଦ କରିବା ସହ ମୃତ ବ୍ୟକ୍ତିର ପରିବାରକୁ କ୍ଷତିପୂରଣ ଦେବାକୁ ମହିଳା ମାନେ ଦାବୀ କରିଛନ୍ତି । ପ୍ରକାଶ ଥାଉକି, ମୃତ ବ୍ୟକ୍ତି ଜଣକ ପେଶାରେ ଜଣେ ଡ୍ରାଇଭର ଅଟନ୍ତି । ତାଙ୍କ ମୃତ୍ୟୁରେ ପତ୍ନୀ ଓ ଗୋଟିଏ ମାତ୍ର ପୁଅ ବେସାହାରା ହୋଇପଡିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟି ନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ