ଲକ୍ଷ୍ମୀନାରାୟଣ ମନ୍ଦିରରେ ବାର୍ଷିକ ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ବଜାରସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଅନୁଷ୍ଠିତ ୪ର୍ଥ ବାର୍ଷିକ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ପ୍ରାରମ୍ଭରେ ପଳସା ପଦ୍ମ ପୁଷ୍କରିଣୀରୁ ୧୩ଗୋଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ସୁରେନ୍ଦ୍ରନାଥ କର, କମଳାକାନ୍ତ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କର୍ତ୍ତା ଭାବରେ ବିଜୟ କୁମାର ନାୟକ, ଜୟୀରାମ ବାଇ, ମହେଶ୍ୱର ସାହୁ, ମାଧବାନନ୍ଦ ବେହେରା, ବିଦ୍ୟାଧର ବାରିକ, ଯଦୁନାଥ ରାଉତ, ରାମ ସାମନ୍ତରାଏ ଦାୟୀତ୍ୱ ତୁଲାଇଥିଲେ । ୩ ଦିନ ବ୍ୟାପୀ ପୂଜା କାର୍ଯ୍ୟରେ ଶ୍ରୀଧର ନାୟକ, କୂଳମଣି ନାୟକ, ଚିତ୍ତ ରଞ୍ଜନ ନାୟକ, ସୌମ୍ୟ ରଞ୍ଜନ ନାୟକ, ସଦାନନ୍ଦ ମଲ୍ଲିକ, ରଶ୍ମି ରଞ୍ଜନ ନାୟକ ସହଯୋଗ କରିଥିଲେ ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ