ବସ ମାଲିକ ଓ ଡ୍ରାଇଭର୍‌କୁ ମାଡ, ଅଭିଯୁକ୍ତ ଗିରଫ

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରର ବସଷ୍ଟାଣ୍ଡ୍‌ଠାରେ ଜଣେ ବ୍ୟକ୍ତି ବସ ଭଡାକୁ କେନ୍ଦ୍ର କରି ବସର ମାଲିକ ଓ ଡ୍ରାଇଭରକୁ ମାଡମାରି ଗିରଫ ହୋଇଥିବା ଜଣାପଡିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ବିକି ସର୍କାର ନାମକ ଯୁବକ ରବିବାର ଦିନ ଗୁଲୁ ବସରେ ବଡବିଲ ରୁ ଯୋଡା ତାଙ୍କର ଫଳ ଆଣିଥିଲେ । ଭଡା ବାବଦକୁ ୭୦୦ ଟଙ୍କା ଚୁକ୍ତି ହୋଇଥିଲା । ମାତ୍ର ଚୁକ୍ତିର ଖିଲାପ କରି ବିକି ସର୍କାର ୬୦୦ ଟଙ୍କା ଦେବା ବେଳେ ବସ ମାଲିକ ଓ ଡ୍ରାଇଭର ସହିତ କଳହ ହୋଇଥିଲା । ଏଥିରେ ବିକି ସର୍କାର ଉତ୍‌କ୍ଷିପ୍ତ ହୋଇ ବସର ମାଲିକ ଓ ଡ୍ରାଇଭରକୁ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୋଗକୁ ଆଧାର କରି କେସ ନଂ ୫୧ ଦଫା ୩୪୧, ୨୯୪, ୩୨୩, ୫୦୬, ୩୪ ଆଇପିସିରେ ରୁଜୁ କରି ଅଭିଯୁକ୍ତ ବିକି ସର୍କାରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ