ଆଜିଠୁ ଆଇପିଏଲ୍ ମହାସମର

ନୂଆଦିଲ୍‌ଲ୍ଲୀ, (‌ୱାଇଏନ୍‌ଏସ୍‌): ଦୁବାଇରେ ଆଜିଠୁ ଆଇପିଏଲ୍ ମହାସମର ଚାଲିବ । ଟି-୨୦ କ୍ରିକେଟ୍‌କୁ ନୂଆମୋଡ଼ ଦେଇଥିବା ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣ ଆଜି ଆରମ୍ଭ ହେବାକୁ ଯାଉଛି। ଏଥର ଘରୋଇ ପରିବେଶରେ ଆୟୋଜିତ ହେଉଛି ଟି-୨୦ କ୍ରିକେଟ୍‌ର ସର୍ବବୃହତ୍ ମହାସମର । କରୋନା ଭୂତାଣୁର ସଙ୍କଟ ଗତବର୍ଷ ଥିଲା, ଚଳିତ ବର୍ଷ ବି ଅଛି। ବରଂ ଏବର୍ଷ ତା’ର ଦ୍ବିତୀୟ ଲହର ଭୟାବହତା ଭାରତରେ ସବୁ ସୀମା ଟପିଛି। ଆଇପିଏଲ୍ କିନ୍ତୁ ଉଭୟ ଆଶା ଓ ଆଶଙ୍କା ନେଇ ଆସିଛି। କରୋନା ଆଇପିଏଲ୍ ଖୁସିର ବାହକ ହୋଇଆସିବ ବୋଲି କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି। ଖେଳାଳିମାନେ କଡ଼ା ମାନସିକ ଓ ଶାରୀରିକ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି। କଟକଣା ଭରା ଖେଳ ପରିବେଶ ଏବଂ କରୋନା ପଜିଟିଭ୍ ଅଧିକାରୀ ଓ ଖେଳାଳିଙ୍କ ଲମ୍ବା ଲାଇନ୍ ୫୨ ଦିନର ପ୍ରତିଟି ମୁହୂର୍ତ ଯେତିକି ଉତ୍କଣ୍ଠାଭରା ରହିବ, ସେତିକି ଆହ୍ବାନଭରା ବି ହେବ। ଛକା, ଚୌକାର ବର୍ଷା ଦେଖିବାକୁ ମିଳିବ। ଲିଗ୍‌ର ୮ଟି ଯାକ ଦଳ ପୁଣି ଥ‌ରେ ସେହି ସ୍ବପ୍ନର ଟ୍ରଫି ଜିତିବା ଲାଗି ଆପ୍ରାଣ ଉଦ୍ୟମ କରିବେ। ଏଥରର ଆଇପିଏଲ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି ପ୍ରଥମ ମ୍ୟାଚ୍‌ରୁ ହିଁ ଆଭାସ ମିଳିଛି। କାରଣ ଏବର୍ଷ ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଶୁକ୍ରବାର ସଂଧ୍ୟା ୭ଟା ୩୦ରୁ ଭାରତୀୟ କ୍ରିକେଟ୍‌ର ଦୁଇ ମହାରଥୀ ତଥା ଭାରତୀୟ ସୀମିତ ଓଭର ଦଳର ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ରୋହିତଙ୍କ ମୁ୍ମ୍ବାଇ ଇଣ୍ଡିଆନ୍ସ ଓ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମହାଟକ୍କର ହେବାକୁ ଯାଉଛି। ଖେଳାଳି, ଅଧିକାରୀ, ପ୍ରଶଂସକ ସମସ୍ତେ ଏଥିଲାଗି ପ୍ରସ୍ତୁତ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ