ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ୫ ମୃତ

କୋଲକାତା (‌ୱାଇଏନ୍‌ଏସ୍‌): ପଶ୍ଚିମବଙ୍ଗ ନିର୍ବାଚନରେ ପୁନର୍ବାର ହିଂସା ଘଟିବା ସହ ୫ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । କ୍ଷମତା ବଜାୟ ରଖିବା ଏବଂ ହାସଲ ନେଇ ପାର୍ଟିଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ଗଣତନ୍ତ୍ରକୁ ବଦନାମ କରୁଛି । ରିପୋର୍ଟ ମୁତାବକ କୁଚବିହାର ଅଂଚଳର ଜୋର ପାଟକିରେ ଟିଏମସି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ଏହା ତୀବ୍ର ରୂପ ଧାରଣ କରିବା ଯୋଗୁ ସୁରକ୍ଷା କର୍ମୀ ଗୁଳିଚାଳନା କରିଥିଲେ । ଏଥିରେ ୪ଜଣ ମୃତ୍ୟୁବରଣ କରିଛନ୍ତି । ପୂର୍ବରୁ ବୁଥ ଭିତରୁ ଭିଡି ଆଣି ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସୁରକ୍ଷାକର୍ମୀ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଥିଲେ । ଯୁବକଙ୍କ ନାମ ଆନନ୍ଦ ବର୍ମନ ବୋଲି ଜଣାପଡିଛି । ଉଭୟ ବିଜେପି ଏବଂ ଟିଏମସି ଆନନ୍ଦ ସେମାନଙ୍କ କର୍ମୀ ବୋଲି କହିଛନ୍ତି । ଚୁଚୁରାର ଏକ ବୁଥ ନିକଟରେ ବିଜେପି ପ୍ରାର୍ଥୀ ଲକେଟ ଚାଟାର୍ଜୀଙ୍କ ଗାଡି ଉପରକୁ ଟିଏମସି କର୍ମୀମାନେ ଆକ୍ରମଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ